Mon. Jan 19th, 2026

୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ

1 min read
Spread the love

ନୂଆଦିଲ୍ଲୀ,: କେନ୍ଦ୍ର ସରକାର ସୋମବାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିଛନ୍ତି। ଜିଏସ୍‌ଟି ପରିଷଦ ବୈଠକ ୧୮ରେ ଅନୁଷ୍ଠିତ ହେବାକୁ ଥିବା ପୂବେ ଏହାର ଅବ୍ୟବହିତ ଆଗରୁ ରାଜ୍ୟଗୁଡିକୁ କ୍ଷତିପୂରଣ ଦିଆଯାଇଛି। ଏ ନେଇ ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କୁ ଭେଟିବା ସହ କ୍ଷତିପୂରଣ ନ ମିଳିବା ଯୋଗୁ ସେମାନଙ୍କ ଉଦବେଗ ପ୍ରକାଶ କରିଥିଲେ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୩୫,୨୯୮ କୋଟି ଟଙ୍କାର ସରକାର ପ୍ରଦାନ କରିଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ସୂଚନା ଦିଆଯାଇଛି। ଟିକସ ସଂଗ୍ରହରେ ପ୍ରଭାବ ଆସିବାକୁ କେନ୍ଦ୍ର ସରକାର ଜିଏସ୍‌ ଟି କ୍ଷତିପୂରଣ ପ୍ରଦାନରେ ସାମାନ୍ୟ ବିଳମ୍ବ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହାକୁ ନେଇ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ କ୍ଷତିପୂରଣ ଶୀଘ୍ର ମିଳୁ ବୋଲି ଚାହୁଁଥିଲେ।

Copyright © All rights reserved.