Mon. Jan 19th, 2026

ଆମ୍‌ଲା ମୁରବା

1 min read
Spread the love

ଆବଶ୍ୟକ ସାମଗ୍ରୀ: ଅଁଳା ୧ କିଗ୍ରା,ଫିଟିକିରି- ୫ଗ୍ରାମ୍‌, ଚିନି ୧ କିଗ୍ରା, ପାଣି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଁଳାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏକ ଫର୍କ ବା କଣ୍ଟା ଚାମଚ ସାହାଯ୍ୟରେ ଅଁଳାଗୁଡିକ ଉପରୁ କଣା କରିଦିଅନ୍ତୁ। ଏକ ବଡ ପାତ୍ରରେ ପାଣି ନେଇ ସେଥିରେ ୫ଗ୍ରାମ୍‌ ଫିଟିକିରି ମିଶାନ୍ତୁ। ସେଥିରେ ଏହି ଅଁଳା ପକାଇ ରଖିଦିଅନ୍ତୁ। ସେହିପରି ୮-୧୦ ଘଣ୍ଟା ରହିବା ପରେ ଅଁଳାକୁ କାଢି ସାଧା ପାଣିରେ ୩-୪ ଥର ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ଏକ ପାତ୍ରରେ ରଖି ଚିନି ଏବଂ ଏକ କପ୍‌ ପାଣି ଦିଅନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ୨୦ ମିନିଟ୍‌ ଛାଡି ଦିଅନ୍ତୁ। ପରେ ଏହାକୁ ଗ୍ୟାସ୍‌ ଚୁଲାରେ ବସାଇ ଅଳ୍ପ ଆଞ୍ଚରେ ଧିରେ ଧିରେ ଘାଣ୍ଟନ୍ତୁ। ଅଁଳାର ରଙ୍ଗ ବଦଳିବା ସହ ଚିନି ଗାଢ ହୋଇଗଲେ ଚୁଲା ବନ୍ଦ କରିଦିଅନ୍ତୁ। ଏହାକୁ ଘୋଡାଇ ୧୨ ଘଣ୍ଟା ଛାଡିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଁଳା ମୁରବା, ଏହାକୁ ଖାଇବାର ଆନନ୍ଦ ନିଅନ୍ତୁ।

Copyright © All rights reserved.