Wed. Jun 25th, 2025

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

1 min read
Spread the love

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନୂଆବର୍ଷ ପାଳିବେନି। ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକରେ ବ୍ୟକ୍ତିଗତ ଶୋକ ପାଳନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ଦଳୀୟ କର୍ମୀ ଏବଂ ଶୁଭେଚ୍ଛୁଙ୍କୁ ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ବଡ ଭଉଣୀ ତଥା ଲେଖିକା ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କ ୭୬ ବର୍ଷରେ ପରଲୋକ ଘଟିଛି। ଏନେଇ ଟୁଇଟରରେ ମଙ୍ଗଳବାର ସକାଳେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ। ଭିଣୋଇଙ୍କ ମୃତ୍ୟୁରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ନିଜ ଶୋକବାର୍ତ୍ତାରେ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

Copyright © All rights reserved.