Wed. Jun 25th, 2025

ବଢ଼ିଲା ରନ୍ଧନ ଗ୍ୟାସ୍‌ ଦାମ୍‌

1 min read
Spread the love

ନୂଆଦିଲ୍ଲୀ,୧।୧: ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ବୁଧବାରଠାରୁ ରନ୍ଧନ ଗ୍ୟାସ୍‌ ଦାମ୍‌ ୧୯ ଟଙ୍କା ବଢ଼ିଛି। ଫଳରେ ଦିଲ୍ଲୀରେ ଅଣ-ସବସିଡ୍‌ ଯୁକ୍ତ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୭୧୪ ଟଙ୍କା ହୋଇଛି। ଗତ ଡିସେମ୍ବରରେ ଏହାର ଦାମ୍‌ ୬୯୫ ଟଙ୍କା ଥିଲା। ତେବେ ତୈଳ କମ୍ପାନୀଗୁଡ଼ିକ ରେଟ୍‌ ରିଭିଜନ୍‌ ଦ୍ୱାରା ନୂଆ ଦାମ୍‌ ସ୍ଥିର କରିଛନ୍ତି। ସେହିପରି କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୨୯ଟଙ୍କା ୫୦ ପଇସା ବୃଦ୍ଧି ହୋଇ ୧୨୪୧ ଟଙ୍କାରେ ପହଞ୍ଚିଛି। ଏହାଦ୍ୱାରା ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ କୋଲକାତାରେ ୭୪୭ ଟଙ୍କା, ମୁମ୍ବାଇରେ ୬୮୪ ଟଙ୍କା ଏବଂ ଚେନ୍ନାଇରେ ୭୩୪ ଟଙ୍କା ହୋଇଛି। ସେହିପରି କମର୍ସିଆଲ ସିଲିଣ୍ଡର ଦାମ୍‌ କୋଲକାତାରେ ୧୩୦୮ ଟଙ୍କା, ମୁମ୍ବାଇରେ ୧୧୯୦ଟଙ୍କା ଏବଂ ଚେନ୍ନାଇରେ ୧୩୬୩ ଟଙ୍କାରେ ପହଞ୍ଚିଛି।

Copyright © All rights reserved.