Wed. Jun 25th, 2025

ଡିସେମ୍ବରରେ ଫ୍ୟାକ୍ଟ୍ରି ଉତ୍ପାଦନରେ ଉନ୍ନତି

1 min read
Spread the love

ନୂଆଦିଲ୍ଲୀ: ଦେଶ ମଧ୍ୟରେ ଲାଗି ରହିଥିବା ମାନ୍ଦାବସ୍ଥା ଯୋଗୁ ଫ୍ୟାକ୍ଟ୍ରିଗୁଡିକର କାର୍ଯ୍ୟକଳାପ ପ୍ରଭାବିତ ହେବା ସହ ଉତ୍ପାଦନ ମଧ୍ୟ କମ୍‌ ରହୁଥିଲା। ହେଲେ ଚଳିତ ବର୍ଷ ଡିସେମ୍ବରରେ ଫ୍ୟାକ୍ଟ୍ରି ଉତ୍ପାଦନରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ସମୟ ମଧ୍ୟରେ ଉତ୍ପାଦନ ୭ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ଏହା ସତ୍ୱେ ଦେଶରେ ବାଣିଜ୍ୟ ଆଶା ଏବେ ମଧ୍ୟ ଦୁର୍ବଳ ରହିଛି। ଅର୍ଥାତ ଭଲ ବାଣିଜ୍ୟ ହେବା ନେଇ ଶିଳ୍ପଜଗତର ଆଶା ପ୍ରଭାବିତ ସ୍ଥିତିରେ ରହିଥିବା ଏକ ରିପୋର୍ଟରେ ଉଲ୍ଲେଖ ରହିଛି। କମ୍ପାନୀଗୁଡିକ ନୂଆ ଅର୍ଡର ଲାଭ କରିବା ଯୋଗୁ ସେମାନଙ୍କ ଉତ୍ପାଦନ ବଢାଇଛନ୍ତି। ଗୁରୁବାର ଏକ ଘରୋଇ ବାଣିଜ୍ୟ ସର୍ଭେ ରିପୋର୍ଟ ଆସିଥିବା ବେଳେ ଏହି ପ୍ରସଙ୍ଗ ଉପରେ ଉଲ୍ଲେଖ ରହିଛି।

 

ଡିସେମ୍ବରରେ ବାଣିଜ୍ୟ ଆଶା ୩ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ବଜାରର ଚ୍ୟାଲେଞ୍ଜିଂ ସ୍ଥିତିକୁ ନେଇ କମ୍ପାନୀଗୁଡିକ ଏବେ ଚିନ୍ତିତ ଅଛନ୍ତି। ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ପ୍ରକାଶ ପାଇଥିବା ନିକେଇ ମାନୁଫାକଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ଡିସେମ୍ବରରେ ୫୨.୭%କୁ ବୃଦ୍ଧି ଘଟିଛି। ଏହା ଚଳିତ ବର୍ଷ ନଭେମ୍ବରରେ ୫୧.୨% ରହିଥିଲା। ସୂଚକାଙ୍କରେ ଏହି ବୃଦ୍ଧି ଚଳିତ ବର୍ଷ ମେ ମାସପରଠାରୁ ସର୍ବୋଚ୍ଚ ସ୍ତରରେ ରହିଛି। ଏହା ୫୦% ସ୍ତର ଉଚ୍ଚରେ ରହିଥିବା ବେଳେ ଗତ କିଛି ମାସ ଧରି ଲଗାତର ଭାବେ ନିମ୍ନରେ ରହି ଆସୁଥିଲା। ସୂଚକାଙ୍କରେ ଏଭଳି ଉନ୍ନତିକୁ ନୀତି ନିର୍ଦ୍ଧାରକ ଏବଂ ବଜାର ବିଶେଷଜ୍ଞମାନେ ବେଶ ଆଶାବାଦି ରହିଥିବା ଆଇଏଚ୍‌ଏସ୍‌ ମାର୍କିଟର ପ୍ରମୁଖ ଅର୍ଥନୀତିଜ୍ଞ ପଲିଆନା ଡି ଲିମା କହିଛନ୍ତି।ଦରଦାମ ବଢିବା ଯୋଗୁ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହ୍ରାସ ଧାରାରେ ବିରାମ ଦେଇଥିଲା। ୨୦୧୭ ଫେବୃୟାରୀ ପରଠାରୁ ଫ୍ୟାକ୍ଟ୍ରିଗୁଡିକର ଉତ୍ପାଦନ ପ୍ରଭାବିତ ସ୍ଥିତିରେ ଥିବା ବେଳେ ଏଥିରେ ଉନ୍ନତି ନେଇ ଶିଳ୍ପଜଗତ ଚିନ୍ତା ପ୍ରକଟ କରିଛି। ବଜାର ସ୍ଥିତି, ନିଯୁକ୍ତି ସୃଷ୍ଟିରେ ମନ୍ଥରତା, ୨୦୨୦ର ପ୍ରାରମ୍ଭିକ ସମୟରେ ନିବେଶ ବୃଦ୍ଧି ବିଭିନ୍ନ ପ୍ରସଙ୍ଗ ବଜାର ଉପରେ ପ୍ରଭାବ ଆଣିବ ବୋଲି ଲିମା ମତ ଦେଇଛନ୍ତି।

Copyright © All rights reserved.