Wed. Jun 25th, 2025

କଂଗ୍ରେସକୁ ପ୍ରଶ୍ନକଲେ ପ୍ରଧାନମନ୍ତ୍ରୀ ମୋଦୀ

1 min read
Spread the love

ନୂଆଦିଲ୍ଲୀ: ସମ୍ବିଧାନ ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରୁଥିବା ବିରୋଧୀ କଂଗ୍ରେସକୁ ଆଜି ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।କର୍ଣ୍ଣାଟକର ତୁମାକୁରୁ ଠାରେ ଆୟୋଜିତ ଏକ ର‍୍ୟାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଏଠାରେ କଂଗ୍ରେସ୍‌ ସିଏଏକୁ ବିରୋଧ କରୁଛି। କିନ୍ତୁ, ତେଣେ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟ ଉପରେ ହେଉଥିବା ଆକ୍ରମଣକୁ ନେଇ ନିରବତା ଅବଲମ୍ବନ କରୁଛି କଂଗ୍ରେସ। ପାକିସ୍ତାନରେ ଅତ୍ୟାଚାରରେ ନିର୍ଯାତିତ ହୋଇ ଶରଣାର୍ଥୀ ହୋଇ ଏଠାକୁ ଚାଲିଆସୁଥିବା ସଂଖ୍ୟାଲଘୁ ଧର୍ମର ଲୋକମାନଙ୍କୁ ଆମେ ଯେତେବେଳେ ଦେଶର ନାଗରିକତା ପ୍ରଦାନ କରିବାକୁ ଚେଷ୍ଟା କରୁଛୁ, ସେତେବେଳେ ଆମର ବିରୋଧୀ ନାଁରେ ଆମକୁ ବିରୋଧ କରୁଛି କଂଗ୍ରେସ’, ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

‘ଆଜି ଯେତେବେଳେ ପ୍ରତ୍ୟେକ ଦେଶବାସୀ ପାକିସ୍ତାନରୁ ନିଜର ଜୀବନ ଓ ନିଜ ଝିଅମାନଙ୍କର ଇଜ୍ଜତକୁ ବଞ୍ଚାଇ ସେଠାରେ ଥିବା ଆମର ସଂଖ୍ୟାଲଘୁ ହିନ୍ଦୁମାନେ ଏଠାକୁ ପଳାଇ ଆସୁଛନ୍ତି, ସେତେବେଳେ କଂଗ୍ରେସ ନା ସେମାନଙ୍କୁ ସମବେଦନା ଜଣାଉଛି ନା ଏପରି ଘଟଣାକୁ ବିରୋଧ କରି ପାକିସ୍ତାନ ବିରୋଧରେ ପଦୁଟିଏ କହିବାକୁ ସାହସ କରୁଛି ବୋଲି’ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏଥିସହ ଏମାମଲାରେ ଏପ୍ରକାରର ନିରବତା କାହିଁକି ବୋଲି କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।ତେଣୁ, ସିଏଏକୁ ନୁହେଁ ବରଂ ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କ ଉପରେ ଅତ୍ୟାଚାର ଚଳାଇଥିବା ପାକିସ୍ତାନର ବିରୋଧ କଂଗ୍ରେସ କରୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

Copyright © All rights reserved.