Wed. Jun 25th, 2025

କମ୍ପାନି ଟିକସ ଆଉ ନକମାଇବାକୁ ଅର୍ଥମନ୍ତ୍ରୀଙ୍କୁ ଅଭିଜିତ୍‌ଙ୍କ ପରାମର୍ଶ

1 min read
Spread the love

ନୂଆଦିଲ୍ଲୀ: ଆସନ୍ତା ବଜେଟ୍‌ରେ କମ୍ପାନି ଟିକସ ନକମାଇବାକୁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଲୋକଙ୍କ ହାତରେ ଅଧିକ ନଗଦ ଅର୍ଥ ଦେଇ ‌ଅର୍ଥନୀତିରେ ଚାହିଦା ବୃଦ୍ଧି ପାଇଁ ସେ ପରାମର୍ଶ ଦେଇଛନ୍ତି। ଅଭିଜିତ୍‌ଙ୍କ ଯୁକ୍ତି ହେଲା କମ୍ପାନି ଗୁଡ଼ିକ ନିକଟରେ ବିପୁଳ ପରିମାଣର ଅର୍ଥ ରହିଛି। ସେମାନଙ୍କ ନିକଟରେ ଅର୍ଥର ଅଭାବ ନାହିଁ। କିନ୍ତୁ ଅର୍ଥନୀତିରେ ଚାହିଦା ନଥିବାରୁ ସେମାନେ ନିବେଶ କରୁନାହାନ୍ତି। ଆସନ୍ତା ବଜେଟ୍ ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀଙ୍କୁ ତାଙ୍କର ପରାମର୍ଶ କ’ଣ ରହିବ ବୋଲି ପ୍ରଶ୍ନ ପରିପ୍ରେକ୍ଷୀରେ ଅଭିଜିତ୍ ଏହା କହିଛନ୍ତି। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶୁକ୍ରବାର ଅଭିଜିତ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି, କର୍ପୋରେଟ୍ ଜଗତର ଅନେକ ବ୍ୟକ୍ତିଙ୍କ ମତ ହେଲା ସାମଗ୍ରୀ ବିକ୍ରି କରିବାକୁ ଏବେ ଦେଶରେ ଚାହିଦା ନାହିଁ। ତେଣୁ ଚାହିଦା ସୃଷ୍ଟି ପାଇଁ ଲୋକଙ୍କ ହାତରେ ନଗଦ ଅର୍ଥ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

Copyright © All rights reserved.