Wed. Jun 25th, 2025

ବିକାଶ ହାର ପୂର୍ବାନୁମାନ ୫%କୁ ହ୍ରାସକଲା ବିଶ୍ୱବ୍ୟାଙ୍କ

1 min read
Spread the love

ନୂଆଦିଲ୍ଲୀ,:ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଭାରତର ବିକାଶ ହାର ୫% ରହିବ ବୋଲି ବିଶ୍ୱବ୍ୟାଙ୍କ ଗୁରୁବାର ଏହାର ପୂର୍ବାନୁମାନରେ ପ୍ରକାଶ କରିଛି। ଆଗାମୀ ଆର୍ଥତ୍କ ବର୍ଷରେ ଏହା ୫.୮% ପର୍ଯ୍ୟନ୍ତ ବଢିପାରେ ବୋଲି ଏହା ଆକଳନରେ ପ୍ରକାଶ କରିଛି। ବାଂଲାଦେଶର ଅଭିବୃଦ୍ଧି ହାର ୭% ଏବଂ ପାକିସ୍ତାନ ୩% ହାରରେ ଅଭିବୃଦ୍ଧି କରିବ ବୋଲି ଗ୍ଲୋବାଲ ଇକୋନୋମିକ ପ୍ରୋସପେକ୍ଟର ସଦ୍ୟତମ ରିପୋର୍ଟରେ ବିଶ୍ୱବ୍ୟାଙ୍କ ଏଭଳି ପୂର୍ବାନୁମାନ କରିଛି। ୨୦୧୯-୨୦ରେ ବିଶ୍ୱ ସ୍ତରରେ ୨.୫% ଅଭିବୃଦ୍ଧି ରହିବ ବୋଲି ଏହା ରିପୋର୍ଟରେ ଉଲ୍ଲେଖ କରିଛି।

Copyright © All rights reserved.