Thu. Oct 16th, 2025

ରିଜର୍ଭ ବ୍ୟାଙ୍କରେ ମୁଦ୍ରାନୀତି ଦାୟିତ୍ବ ସମ୍ଭାଳିବେ ମାଇକେଲ ଦେବବ୍ରତ ପାତ୍ର

1 min read
Spread the love

ମୁମ୍ବାଇ: ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ଭାବେ ନିକଟରେ ମାଇକେଲ ଦେବବ୍ରତ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ପାଇଥିବା ଏହି ଓଡ଼ିଆ ଅଧିକାରୀଙ୍କୁ ମୁଦ୍ରାନୀତି ବିଭାଗର ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ବିଭାଗ ସୁଧ ହାର କଥା ବୁଝାବୁଝି କରିଥାଏ। ମଙ୍ଗଳବାର ମାଇକେଲ ଦେବବ୍ରତ ପାତ୍ରଙ୍କୁ ଡେପୁଟି ଗଭର୍ଣ୍ଣର ପଦରେ ନିଯୁକ୍ତି ଦିଆଯିବା ପରେ ବୁଧବାର ୪ ଜଣ ଡେପୁଟି ଗଭର୍ଣ୍ଣରଙ୍କ ବିଭାଗ ଅଦଳବଦଳ କରାଯାଇଛି। ପୂର୍ବରୁ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମା‌ଇକେଲ ଦେବବ୍ରତ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର ସଦସ୍ୟ ରହିଥିଲେ।

Copyright © All rights reserved.