Wed. Jun 25th, 2025

କ୍ୟାବିନେଟ୍‌ ବୈଠକରେ ୯ ପ୍ରସ୍ତାବକୁ ମଞ୍ଜୁରୀ

1 min read
Spread the love

ଭୁବନେଶ୍ୱର,(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୯ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳଛି। ପଞ୍ଚମ ଅର୍ଥ କମିଶନଙ୍କ ରିପୋର୍ଟ, ଓଡ଼ିଶା ସିଭିଲ ସର୍ଭିସ ସଂଶୋଧନ ରୁଲ୍‌କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଓଡ଼ିଶା ସିଭିଲ ସର୍ଭିସ ସଂଶୋଧନ ରୁଲ୍‌ ଅନୁଯାୟୀ ଚାକିରିରେ ଥିବା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଥଇଥାନ ବ୍ୟବସ୍ଥା କରାଯିବ। ପରିବାରଲୋକଙ୍କୁ ଗ୍ରୁପ୍‌-ଡିରେ ଚାକିରି ମିଳିବ ବୋଲି ଜଣାପଡ଼ିଛି। ସେହିଭଳି ସୁନ୍ଦରଗଡ଼ ଜିଲାର ୨ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଥିବା ବେଳେ ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦି ଲିଂକେଜକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି।

Copyright © All rights reserved.