Wed. Jun 25th, 2025

ସ୍ବାସ୍ଥ୍ୟପୋକାରୀ ତ୍ରିଫଳା

1 min read
Spread the love

ତ୍ରିଫଳା, ୩ଟି ଫଳର ସମାହାର। ହରିଡ଼ା, ଅଁଳା ଏବଂ ବାହାଡ଼ା। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ବିଭିନ୍ନ ରୋଗରୁ ଉପସମ ପାଇଁ ଏହାର ବ୍ୟବହାର କରାଯାଇଥାଏ। ତ୍ରିଫଳା ପାଚନ ପ୍ରକ୍ରିୟାଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ।

-ମୋଟାପଣ କମ୍‌ କରିବାକୁ ଚାହୁଁଥିଲେ ତ୍ରିଫଳାରୁ କାଢ଼ା ପ୍ରସ୍ତୁତ କରନ୍ତୁ। ସେଥିରେ ଚିନି ମିଶାଇ ପିଇଲେ ମେଦବହୁଳତା ହ୍ରାସ ପାଇଥାଏ।

-ତ୍ରିଫଳା ପାଉଡର ଆଖି ପାଇଁ ବରଦାନ ସଦୃଶ। ଏଥିରେ ଗାଇ ଘିଅ ଏବଂ ଚିନି ମିଶାଇ ସେବନ କରିବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।

-ଏହା ପାଚନ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ପେଟ ସମସ୍ୟା ଦୂର କରିଥାଏ।

– କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍‌ ସମସ୍ୟା ପାଇଁ ଏହା ଲାଭଦାୟକ। ପ୍ରତିଦିନ ଏହାକୁ ନଖ ଉଷୁମ ପାଣିରେ ଏକ ଚାମଚ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

-ପ୍ରତିଦିନ ଏଥିରୁ କିଛି ଖାଇବା ଦ୍ୱାରା ରକ୍ତ ଅଭାବ ପରି ସମସ୍ୟା ଦୂର ହେବା ସାଙ୍ଗକୁ ବ୍ଲଡ ସୁଗାରରୁ ନିୟନ୍ତ୍ରଣରେ ରଖିଥାଏ।

Copyright © All rights reserved.