Thu. Apr 16th, 2026

କରୋନା ଭାଇରସ୍‌ ସଂକ୍ରମଣ: କର୍ମକ୍ଷେତ୍ର ନିମନ୍ତେ ପରାମର୍ଶ ଜାରି କଲେ ଓଡ଼ିଶା ସରକାର

1 min read
Spread the love

ଭୁବନେଶ୍ୱର: କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ ଆଜି ଓଡ଼ିଶା ସରକାର କର୍ମକ୍ଷେତ୍ର ପାଇଁ ପରାମର୍ଶ ଜାରି କରିଛନ୍ତି। ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବାକୁ ନିମ୍ନ ଲିଖିତ ବ୍ୟବସ୍ଥା କରାଯିବା ଉଚିତ ବୋଲି ଏଥିରେ ଦର୍ଶାଯାଇଛି।

୧. କର୍ମସ୍ଥଳୀ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ। ଏଠାରେ ଥିବା ସମସ୍ତ ଡେସ୍କ୍‌, ଟେବୁଲ, ଟେଲିଫୋନ୍‌ ଏବଂ କି’ବୋର୍ଡ ଆଦି ୭୦% ଆଲ୍‌କହଲ୍‌ ଥିବା ବିଶୋଧକରେ ପୋଛାଯିବା ଆବଶ୍ୟକ।

୨. କର୍ମଚାରୀମାନେ ନିୟମିତ ଭଲଭାବେ ହାତ ଧୋଇବା ଆବଶ୍ୟକ। ତେଣୁ ଓ୍ଵାସ୍‌ ବେସିନ୍‌ ନିକଟରେ ସାବୁନ ଓ ସାନିଟାଇଜିଙ୍ଗ୍‌ ହ୍ୟାଣ୍ଡ୍‌ ରବ୍‌ ଆଦି ରଖାଯିବା ଉଚିତ। ବାରମ୍ବାର ହାତ ଧୋଇବା ଦ୍ୱାରା ଭୂତାଣୁ ମରିବା ସହ କରୋନାଭାଇରସ୍‌ ବ୍ୟାପୀବା ବନ୍ଦ ହେଉଥିବାରୁ ପ୍ରବାହମାନ ପାଣି ବ୍ୟବସ୍ଥା କରାଯିବା ଉଚିତ। କେମିତି ହାତ ଧୁଆଯିବ ସେ ସଂକ୍ରାନ୍ତରେ ପୋଷ୍ଟର୍‌ ଲଗାନ୍ତୁ।

୩. କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟକର ସ୍ୱାଶପ୍ରଶ୍ୱାସ ନେବା ବିଷୟରେ ଧାରଣା ଦିଆଯାଉ। ଛେପ, ଖଙ୍କାର ପକାଇବା ଓ କାଶିବା ସମୟରେ ଶାଳୀନତା ରକ୍ଷା ସଂକ୍ରାନ୍ତ ପୋଷ୍ଟର୍‌ ଲଗାଯାଉ। ଟିସୁ ପେପର୍‌, ମାସ୍କ ଏବଂ ଢାଙ୍କୁଣି ଥିବା ବିନ୍‌ ରଖାଯାଉ।

୪. ଫ୍ଲୁ ଭଳି ଲକ୍ଷଣ ଦେଖାଦେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ଘରେ ଏକାନ୍ତରେ ରହିବାକୁ କୁହାଯାଉ। କାରଣ ସାମାନ୍ୟ ଜ୍ୱର ଏବଂ କଫ ମଧ୍ୟ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବାର ଆଭାସ ହୋଇଥାଇ ପାରେ।

୫. କରମର୍ଦ୍ଦନ (ହ୍ୟାଣ୍ଡ୍‌ସେକ୍‌) ଓ ଆଲିଙ୍ଗନ କରନ୍ତୁ ନାହିଁ। ଅନ୍ୟମାନଙ୍କ ଠାରୁ ଅନ୍ୟୂନ ଗୋଟିଏ ମିଟର ଦୂରରେ ରହି କଥାବର୍ତ୍ତା କରନ୍ତୁ।

Copyright © All rights reserved.