Mon. Jan 19th, 2026

ପନିର ଖିରି

1 min read
Spread the love

ଆବଶ୍ୟକ ସାମଗ୍ରୀ

ଚକଟାଯାଇଥିବା ପନିର – ୧/୨ କପ୍‌,

ମିଲ୍କ ମେଡ୍‌ – ୧/୪

କ୍ଷୀର – ୧ଲିଟର

ଚିନି -୨୫୦ ଗ୍ରାମ୍‌

ପେସ୍ତା ବାଦାମ

କିସ୍‌ମିସ୍‌,

ଅଳେଇଚ ପାଉଡର।

ପ୍ରସ୍ତୁତି ପ୍ରଣାଳୀ

ପନିର ଖିରି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସ୍‌ ଅନ୍‌ କରି ପ୍ୟାନ୍‌କୁ ଗରମ କରନ୍ତୁ। ଏବେ ଏଥିରେ ପନିରକୁ ପକାନ୍ତୁ। ତୁରନ୍ତ ଏଥିରେ କ୍ଷୀର ମିଶାନ୍ତୁ। ଯେପରି ଗୋଟା ଗୋଟା ହୋଇ ନ ରହିବ ସେଥିଲାଗି ୫-୬ ମିନିଟ୍‌ ପର୍ଯ୍ୟନ୍ତ ଲଗାତର ଗୋଳାନ୍ତୁ। ଚିନି ପକାନ୍ତୁ। ଏବେ ଏହି ମିଶ୍ରଣରେ ମିଲ୍କ ମେଡ୍‌ ମିଶାଇ ୩-୪ ମିନିଟ୍‌ ପର୍ଯ୍ୟନ୍ତ ଗୋଳାନ୍ତୁ। ଅଳେଇଚ ପାଉଡର, କିସ୍‌ମିସ୍‌ ଏବଂ ବାଦାମ ମିଶାନ୍ତୁ। ଅନ୍ୟ ଡ୍ରାଏ ଫ୍ରୁଟ୍‌ସ ଗାର୍ନିସ କରି ପକାନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ଖିରି। ଗରମ ଗରମ କିମ୍ବା ଆପଣ ଚାହିଁଲେ ଫ୍ରିଜ୍‌ରେ ରଖି ଥଣ୍ଡା କରି ଖାଇପାରିବେ।

Copyright © All rights reserved.