Sat. Feb 28th, 2026

କରୋନା ବୀମା ଦାବି ନେଇ ନିର୍ଦେଶାବଳୀ ଜାରି

1 min read
Spread the love

ଭୁବନେଶ୍ବର: ଯେଉଁ ସ୍ବାସ୍ଥ୍ୟ ବୀମା ପଲିସିଗୁଡ଼ିକରେ ଡାକ୍ତରଖାନା ଚିକିତ୍ସା ଖର୍ଚ୍ଚ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ‌ସେଥିରେ କରୋନା ଭୂତାଣୁ ଜନିତ ଚିକିତ୍ସାକୁ ସାମିଲ କରିବା ଲାଗି ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ବୀମା କଂପାନିଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। କରୋନା ଜନିତ ବୀମା ଦାବିଗୁଡ଼ିକର କିଭଳି ସମାଧାନ କରାଯିବ ତାହାକୁ ନେଇ ନିର୍ଦେଶାବଳୀ ଜାରି କରାଯାଇଛି। କରୋନା ସମ୍ପର୍କିତ ଦାବିଗୁଡ଼ିକୁ ତ୍ବରିତ ସମାଧାନ କରିବା ଲାଗି କୁହାଯାଇଛି। ସଙ୍ଗରୋଧ ଏବଂ ଚିକିତ୍ସା ସମୟରେ ଯେଉଁ ଖର୍ଚ୍ଚ ହେବ ତାହାକୁ ପଲିସି ସର୍ତ୍ତାବଳୀ ଅନୁସାରେ ସମାଧାନ କରିବା ଲାଗି କଂପାନିଗୁଡ଼ିକୁ କୁହାଯାଇଛି। କୋରାନା ଭୂତାଣୁ ଜନିତ କୌଣସି ଦାବିକୁ ପ୍ରତ୍ୟାଖ୍ୟାନ କରିବା ପୂର୍ବରୁ ତାହାକୁ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କମିଟି ଜରିଆରେ ସମୀକ୍ଷା କରିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବୀମା ଉତ୍ପାଦ ପ୍ରସ୍ତୁତ କରିବା ସମୟରେ କରୋନା ଭୂତାଣୁ ଜନିତ ଚିକିତ୍ସା‌ ଖର୍ଚ୍ଚକୁ ପଲିସିରେ ସାମିଲ କରିବା ଲାଗି କଂପାନିଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

Copyright © All rights reserved.