Wed. Jun 25th, 2025

ଦେଶର ସବୁଠାରୁ ବଡ଼ କରୋନା ହସ୍ପିଟାଲ୍ କରିବେ ରାଜ୍ୟ ସରକାର, କିମସ୍ ଓ ସମ୍ ହସ୍ପିଟାଲ୍ ସହ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ

1 min read
Spread the love

ଭୁବନେଶ୍ୱର: କରୋନା ଭାଇରସ୍‌  ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାର ଦେଶର ସବୁଠାରୁ ବଡ଼ କରୋନା ହସ୍ପିଟାଲ୍ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ହସ୍ପିଟାଲରେ ରହିବ ୧୦୦୦ଟି  ଶଯ୍ୟା।  ଉକ୍ତ ‌ଲକ୍ଷ୍ୟ ସାକାର କରିବା ଲାଗି ରାଜ୍ୟ ସରକାର ଭୁବନେଶ୍ବରର ଦୁଇ ପ୍ରମୁଖ୍‌ ଘରୋଇ ମେଡିକାଲ୍ କଲେଜ ଓ  ହସ୍ପିଟାଲ ସହ ଆଜି ଏମଓୟୁ ସ୍ବାକ୍ଷର କରିଛନ୍ତି। ଭୁବନେଶ୍ୱରସ୍ଥିତ କିମ୍‌ସ ଓ ସମ୍‌ ହସ୍‌ପିଟାଲ ସହାୟତାରେ କରୋନା ଆକ୍ରାନ୍ତଙ୍କ ଲାଗି ୯୫୦ଟି ବେଡ଼ର ବ୍ୟବସ୍ଥା କରିବାକୁ ଏହି ଏମଓୟୁରେ ଚୁକ୍ତି କରାଯାଇଛି। ଆଜି ଲୋକସେବା ଭବନରେ ଭବନରେ ଏହି ଚୁକ୍ତନାମା ସ୍ବାକ୍ଷରିତ ହୋଇଛି।

ଚିକିତ୍ସା ଭିତ୍ତଭୂମି ଯୋଗାଇ ଦେବା ଲାଗି  ରାଜ୍ୟ ସରକାର ସମ୍‌ ହସ୍‌ପିଟାଲ ଓ କିମ୍‌ସ ହସ୍‌ପିଟାଲ ସହ  ଚୁକ୍ତି ସ୍ବାକ୍ଷର କରିଥିବା ବେଳେ ଦୁଇ ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମ ଓ ମହାନଦୀ କୋଲ୍ଡଫିଲ୍ଡସ୍ ଏଥିଲାଗି ସେମାନଙ୍କର ସିଏସଆର୍ ଫଣ୍ଡରୁ ଅର୍ଥ ଯୋଗାଇ ଦେବେ । କିମ୍‌ସରେ କରୋନା ପାଇଁ ୪୫୦ ବେଡ୍‌ର ବ୍ୟବସ୍ଥା ହେବ। କିମ୍‌ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସେହିପରି ସମ୍‌ ହସ୍ପିଟାଲରେ କରୋନା ପାଇଁ ସ୍ୱତନ୍ତ୍ର ଭାବେ ୫୦୦ ବେଡ୍‌ର ବ୍ୟବସ୍ଥା ହେବା ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର କୁଳପତି ଡା.ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।

Copyright © All rights reserved.