Sat. Feb 28th, 2026

ସବୁବେଳେ ମନେରହିବ ମହେନ୍ଦ୍ର ସିଂହ ଧୋନୀଙ୍କ ଏହି ବିଶ୍ୱ ରେକର୍ଡ

1 min read
Spread the love

ନୂଆଦିଲ୍ଲୀ: ଗତ ବର୍ଷ ଜୁଲାଇ ୧୦ ତାରିଖରେ ବିଶ୍ୱକପ ସେମିଫାଇନାଲ ସମୟରେ ଯେତେବେଳେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ, ସେହିଦିନ ଠାରୁ ତାଙ୍କର ପ୍ରଶଂସକମାନେ ଏହି କଥାକୁ ନେଇ ପୂର୍ବାନୁମାନ କରୁଥିଲେ ଯେ, ମାହୀ କ୍ରିକେଟରୁ ସନ୍ୟାସ ନେଇପାରନ୍ତି। ଆଜି ସେହି ଦିନ ଆସିଛି। ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହି ନିଜର ପ୍ରଶଂସକଙ୍କ ମନ ଦୁଃଖ କରିଛନ୍ତି। ମାତ୍ର ଆମ ସମସ୍ତଙ୍କୁ ଜଣା ଅଛି ଯେ, ଏହି ଦିନ କେବେ ନା କେବେ ଆସିଥାନ୍ତା। କିନ୍ତୁ ଧୋନୀ ଏଭଳି ରେକର୍ଡ କରିଛନ୍ତି, ଯାହାକି ସବୁବେଳେ ମନେ ରହିବ।

କୁହାଯାଇଥାଏ ଯେ, ଯଦି କ୍ରିକେଟର ପୁସ୍ତକରେ ଫିନିସରର ସଂପର୍କରେ ଲେଖାଯାଏ, ତା’ହେଲେ ଏଥିରେ ସର୍ବ ପ୍ରଥମେ ଧୋନୀଙ୍କ ନାମ ଆସିବ। ଧୋନୀ ବିଶ୍ୱ କ୍ରିକେଟରେ ସବୁଠାରୁ ଭଲ ଫିନିସର ଭାବେ ପରିଗଣିତ ହୁଅନ୍ତି।ତଥ୍ୟ ଅନୁସାରେ ଧୋନୀ ଏକଦିବସୀୟ ମୁକାବିଲାରେ ରନ୍‌ ପଛରେ ଗୋଡେଇ ୧୦୨.୭୧ ହାରରେ ରନ୍‌ କରିଛନ୍ତି। ଧୋନୀଙ୍କୁ ମ୍ୟାଚ ଜିତିବା ଲାଗି ୫୧ ଥର ଠିକଣା ସୁଯୋଗ ଆସିଥିବା ବେଳେ ସେ ଏହାର ଉପଯୋଗ କରି ୪୭ ଥର ବିଜୟ ହାସଲ କରିଛନ୍ତି। ଏହାକୁ ଏକ ବିଶ୍ୱ ରେକର୍ଡ ଧରାଯିବ। ଧୋନୀ ୮୪ ଥର ଅପରାଜିତ ରହି ମଧ୍ୟ ଆଉ ଏକ ରେକର୍ଡ କରିଛନ୍ତି।

Copyright © All rights reserved.