Tue. Jul 21st, 2026

‌ଷ୍ଟେଟ୍‌ ବ୍ୟାଙ୍କର ନୂଆ ମୁଖ୍ୟ ହେବେ ଦୀନେଶ ଖାରା

1 min read
Spread the love

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସବୁଠୁ ବରିଷ୍ଠ ପରିଚାଳନା ନିର୍ଦେଶକ ଦୀନେଶ ଖାରା ହେବେ ବ୍ୟାଙ୍କର ପରବର୍ତୀ ମୁଖ୍ୟ। ବ୍ୟାଙ୍କସ୍‌ ବୋର୍ଡ ବ୍ୟୁରୋ ଏହି ପଦ ପାଇଁ ତାଙ୍କ ନାମ ଚୟନ କରିଛି। ବର୍ତମାନ ବ୍ୟାଙ୍କର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ରଜନୀଶ କୁମାରଙ୍କ କାର୍ଯ୍ୟକାଳ ଅକ୍ଟୋବର ପ୍ରଥମ ସପ୍ତାହରେ ଶେଷ ହେବ। ତାଙ୍କ ସ୍ଥାନରେ ଦୀନେଶଙ୍କୁ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବ। ଦୀନେଶଙ୍କ ବ୍ୟତୀତ ସଂରକ୍ଷିତ ପ୍ରାର୍ଥୀ ଭାବେ ଅନ୍ୟ ଏକ ସରକାରୀ ବ୍ୟାଙ୍କର ଏମ୍‌ଡି ସି ଏସ୍‌ ସେଟ୍ଟିଙ୍କ ନାମକୁ ମଧ୍ୟ ବ୍ୟାଙ୍କସ୍‌ ବୋର୍ଡ ବ୍ୟୁରୋ ଚୟନ କରିଛି। ଦୀନେଶଙ୍କ ପ୍ରଦର୍ଶନ ଓ ଅଭିଜ୍ଞତା ବିଚାରକୁ ନେଇ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ପଦ ପାଇଁ ତାଙ୍କ ନାମ ଚୟନ କରାଯାଇଛି। ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ପଦ ଲାଗି ଚାରି ଜଣ ଏମ୍‌ଡିଙ୍କ ସହ ବ୍ୟୁରୋ ସଦସ୍ୟ ଆଲୋଚନା କରିଥିଲେ। ଷ୍ଟେଟ୍‌ ବ୍ୟାଙ୍କର ଏମ୍‌ଡି ଅରିଜିତ ବସୁ ଓ ଅଶ୍ବିନୀ ଭାଟିଆ ମଧ୍ୟ ସାକ୍ଷାତକାରରେ ଭାଗ ନେଇଥିଲେ।

Copyright © All rights reserved.