Mon. Jan 19th, 2026

ନଭେମ୍ବର ୨୯ ପୂର୍ବରୁ ତିର୍ତ୍ତୋଲ, ବାଲେଶ୍ବର ଉପନିର୍ବାଚନ

1 min read
Spread the love

ନୂଆଦିଲ୍ଲୀ : ବିହାର ବିଧାନସଭା କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୯ ତାରିଖରେ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ହେବ। ନିର୍ବାଚନ କମିସନ ଏହି ସୂଚନା ଦେଇ କହିଛନ୍ତି ଯେ ଦେଶରେ ଖାଲି ପଡ଼ିଥିବା ୬୫ଟି ଆସନ ଲାଗି ଉପନିର୍ବାଚନ ଏକ ସମୟରେ କରାଯିବ। ଏଥିରେ ଗୋଟିଏ ଲୋକସଭା ଆସନ ଓ ୬୪ଟି ବିଧାନସଭା ଆସନ ରହିଛି। ଓଡ଼ିଶାରେ ଖାଲି ପଡ଼ିଥିବା ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଉପନିର୍ବାଚନ କରାଯିବ। ନିକଟରେ ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ହେବା ଫଳରେ ଏହି ଦୁଇଟି ଆସନ ଖାଲି ପଡ଼ିଛି।

ଏକ ସଙ୍ଗରେ ବିହାର ବିଧାନସଭା ଓ ସମସ୍ତ ରାଜ୍ୟର ଉପନିର୍ବାଚନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରିବା ସହଜ ହେବ।

Copyright © All rights reserved.