Tue. Aug 12th, 2025

ରାଜଧାନୀରେ ନିଦ ହଜାଇବ ସେପ୍ଟେମ୍ବର

1 min read
Spread the love

ଭୁବନେଶ୍ୱର : ରାଜଧାନୀରେ କରୋନା ଏବେ କମିବାର ନାହିଁ। ସେପ୍ଟେମ୍ବର ୧୫ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ନେଇ ବିଏମ୍‌ସି ଯେଉଁ ଆକଳନ କରୁଥିଲା, ତାହାକୁ ଏବେ ପରୋକ୍ଷ ଭାବେ ଟାଳି ଦେଇଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା‌ ଆହୁରି ବଢ଼ିବ ବୋଲି ବିଏମ୍‌ସି କମିସନର କହିବା ପରେ ରାଜଧାନୀ‌େର ଆଗକୁ ସ୍ଥିତି ସାଂଘାତିକ ହେବାର ଆଭାସ ମିଳି ଗଲାଣି।

ଆଜି ଦ୍ବିତୀୟ ପର୍ଯ୍ୟାୟ ସେ‌େ‌ରା ସର୍ଭେର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରକାଶ କରିବା ଅବସରରେ କମିସନର୍‌ କହିଛନ୍ତି ଯେ ଭୁବନେଶ୍ବରରେ ଏବେ ବହୁ କମ୍‌ ଲୋକଙ୍କ (୫.୧୫%) ଦେହରେ ଆଣ୍ଟିବଡି ବିକଶିତ ହୋଇଛି। ତେଣୁ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ। ଏହାକୁ ନଜର‌େର ରଖି ଅଧିକ ସଚେତନ ହେବାକୁ ପଡ଼ିବ। ଏମିତି‌େର ସେପ୍ଟେମ୍ବରର ପ୍ରଥମ ୪ ଦିନରେ ରାଜଧାନୀରେ ୧୯୭୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ତେଣୁ ସେପ୍ଟେମ୍ବର ଯେ ରାଜଧାନୀବାସୀଙ୍କ ନିଦ ହଜାଇବ, ସେ ଆଶଙ୍କାକୁ ଏଡ଼ାଇ ହେବନି।ଗଞ୍ଜାମରେ ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ କମିଲା, ଭୁବନେଶ୍ବରରେ ଏବେ ସେହି ହାରରେ ବଢ଼ିନି। ଯଦିଓ ଏବେ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସାରା ରାଜ୍ୟରେ ସର୍ବାଧିକ ରହୁଛି, ଆଗକୁ ଏହା ସାଂଘାତିକ ରୂପ ନେଇପାରେ। ବିଶେଷକରି ଭୁବନେଶ୍ବର‌େର।

Copyright © All rights reserved.