Wed. Jun 25th, 2025

କଟକର ଜଗତପୁରସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

1 min read
Spread the love

କଟକ: କଟକର ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରେ ୨ଟି ଦମକଳଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଆଇସିୟୁରେ ନିଆଁ ଲାଗିଥିବା ହେତୁ ପରିସ୍ଥିତି ସଙ୍ଗୀନ ଥିବା କୁହାଯାଉଛି। ତେବେ ନିଆଁ ନିୟନ୍ତ୍ରଣାଧୀନ ରହିଥିବା କୁହାଯାଉଛି।ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଛି। କେଉଁ କାରଣରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ସିଏମସି କମିସନର୍ ଏବଂ ଡିସିପି ପ୍ରମୁଖ ପହଞ୍ଚି ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଥିବା ଜଣାଯାଇଛି। ଏଥିଲାଗି କଟକରୁ ୧୨ଟି ଆମ୍ବୁଲାନ୍ସ ଅଣାଯାଉଥିବାର ସୂଚନା ମିଳିଛି। ଗୁରୁତର ରୋଗୀମାନଙ୍କୁ କଟକର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତରି କରାଯାଉଥିବାର ସୂଚନା ମିଳିଛି।

Copyright © All rights reserved.