Sat. Feb 28th, 2026

କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାକୁ ନେଇ ଭାରତ ସଠିକ୍ ତଥ୍ୟ ଦେଉନାହିଁ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

1 min read
Spread the love

ନୂଆଦିଲ୍ଲୀ: ଆମେରିକାର ନିର୍ବାଚନ ଆଗକୁ ଥିବା ବେଳେ ବର୍ତ୍ତମାନ ଏହାର ପ୍ରଚାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆମେରିକାରେ କରୋନା ସଙ୍କଟ ଏହି ସମୟରେ ନିର୍ବାଚନର ସବୁଠାରୁ ବଡ ପ୍ରସଙ୍ଗ ପାଲଟିଛି। ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ଏହି ମହାମାରୀକୁ ସଠିକ୍ ଭାବରେ ପରିଚାଳନା କରିପାରିଲେ ନାହିଁ। ବୁଧବାର ଦିନ ଆମେରିକା ନିର୍ବାଚନର ପ୍ରଥମ ରାଷ୍ଟ୍ରପତି ବିତର୍କ ହୋଇଥିଲା, ଯେଉଁଠାରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା। ଏହି ସମୟରେ ଜୋ ବିଡେନ କରୋନା ସଙ୍କଟକୁ ନେଇ ରାଷ୍ଟ୍ରପତି ତାଙ୍କ କର୍ତ୍ତବ୍ୟରେ ବିଫଳ ହୋଇଛନ୍ତି ବୋଲି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆରୋପ ଲଗାଇଥିଲେ ।

ଜୋ ବିଡେନଙ୍କୁ ଜବାବ ଦେବାକୁ ଯାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଚୀନ ଏବଂ ଋଷ ଉପରେ ଗମ୍ଭୀର ଆରୋପ ଲଗାଇଥିବା ଜଣା ପଡ଼ିଛି। ନିଜ ସମ୍ବୋଧନରେ, ଭାରତ, ଚୀନ୍ ଏବଂ ଋଷ ଭଳି ଦେଶ ସେମାନଙ୍କର ସଠିକ୍ ଆକଳନ ଦେଉ ନାହାଁନ୍ତି। ଆପଣ କହିପାରିବେ ନାହିଁ ଯେ ସେଠାରେ କେତେ ଲୋକ ମୃତ୍ୟୁ ବରଣ କରିଛନ୍ତି ଏବଂ କେତେଜଣ କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କର ଆକଳନ ଠିକ୍ ନୁହେଁ | ଯଦି ଜୋ ବିଡେନ କ୍ଷମତାରେ ଥାଆନ୍ତେ ତେବେ କେବଳ ଦୁଇ ଲକ୍ଷ ନୁହେଁ ବରଂ ୧୦ ଲକ୍ଷରୁ ଅଧିକ ଲୋକ ମରିଥାନ୍ତେ। ଆମର ପ୍ରୟାସ ହେଉଛି ଯଥା ଶୀଘ୍ର ଟିକା ପ୍ରସ୍ତୁତ କରିବା, ଯାହାକୁ ନେଇ ଆମେ ଆମର କାମ ଆଗକୁ ବଢ଼ାଉଛୁ।

Copyright © All rights reserved.