Wed. Jun 25th, 2025

ଓଡ଼ିଶାରେ କାର୍, ଟ୍ରାକ୍ଟର ବିକ୍ରି ବଢ଼ିଲା

1 min read
Spread the love

ଭୁବନେଶ୍ବର: ରାଜ୍ୟରେ ସେପ୍ଟେମ୍ବର ମାସ‌ରେ କାର୍ ଓ ଟ୍ରାକ୍ଟର ବିକ୍ରିରେ ବୃଦ୍ଧି ଘଟିଛି। କାର୍‌ ବିକ୍ରିରେ ୧୪.୪୩ ପ୍ରତିଶତ ଓ ଟ୍ରାକ୍ଟରରେ ୫୮.୪୨ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରଠାରୁ ଟ୍ରାକ୍ଟର ବିକ୍ରି ହ୍ରାସ ପାଇନାହିଁ। ଅଟୋମୋବାଇଲ୍ ଡିଲର ସଂଘର ମହାସଂଘ (ଫାଡା) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯା‌ୟୀ, ଚଳିତ ବର୍ଷ ସେପ୍ଟେମ୍ବରରେ ୩୯,୧୯୩ଟି ଦୁଇ ଚକିଆ, ୯୮୪ଟି ତିନିଚକିଆ, ୧୭୩୧ଟି ବାଣିଜ୍ୟିକ ଯାନ, ୪୫୮୪ଟି କାର୍ ଓ ୧୬୨୭ଟି ଟ୍ରାକ୍ଟର ବିକ୍ରି ହୋଇଛି। ୨୦୧୯ର ସେପ୍ଟେମ୍ବର ତୁଳନାରେ ଦୁଇଚକିଆ ବିକ୍ରି ୨୦.୮୩ ପ୍ରତିଶତ, ତିନିଚକିଆ ୫୫.୧୩ ପ୍ରତିଶତ, ବାଣିଜ୍ୟିକ ଯାନ ବିକ୍ରି ୨୬.୬୫ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ଏହି ମାସରେ ୪୯,୫୦୨ଟି ଦୁଇଚକିଆ, ୨୧୯୩ଟି ତିନିଚକିଆ, ୨୩୬୦ଟି ବାଣିଜ୍ୟିକ ଯାନ, ୪୦୦୬ଟି କାର୍ ଓ ୧୦୨୭ଟି ଟ୍ରାକ୍ଟର ବିକ୍ରି ହୋଇଥିଲା। ମୋଟ୍‌ ଉପରେ ଚଳିତ ବର୍ଷ ସେପ୍ଟେମ୍ବରରେ ୪୮,୧୧୯ଟି ଗାଡ଼ି ବିକ୍ର ହୋଇଛି ଯାହା ଗତବର୍ଷ ଏହି ମାସରେ ବିକ୍ରି ହୋଇଥିବା ୫୯,୦୮୮ଟି ଗାଡ଼ି ତୁଳନାରେ ୧୮.୫୬ ପ୍ରତିଶତ କମ୍।

Copyright © All rights reserved.