Sat. Feb 28th, 2026

OTET ପରୀକ୍ଷା ବାତିଲ୍‌

1 min read
Spread the love

ଭୁବନେଶ୍ୱର : OTET ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଭାଇରାଲ ହେବାପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ବାତିଲ କରାଯାଇଛି।  ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଓ ଓଟିଇଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନ ମେଳ ଖାଉଥିବାରୁ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

କିନ୍ତୁ କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ହେଲା ସେ ନେଇ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଆଜି ଓଟିଇଟି ପକ୍ଷରୁ ଦୁଇଟି ସିଟିଂରେ ପରୀକ୍ଷାର ଆୟୋଜନ କରାଯାଇଥିଲା।

କିନ୍ତୁ ସକାଳ ୧୦ଟାରୁ ୧୨ଟା ୩୦ମଧ୍ୟରେ ପ୍ରଥମ ସିଟିଂ ପରୀକ୍ଷା ଚାଲିଥିବା ବେଳେ ସୋଶାଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଚଳିତବର୍ଷ ଦୁଇଟି ସିଟିଂରେ ପ୍ରାୟ ୧ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ।

ବୋର୍ଡ ପକ୍ଷରୁ ପରୀକ୍ଷା ବାତିଲ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାଉରକେଲାରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି।

Leave a Reply

Your email address will not be published.

Copyright © All rights reserved.