Sat. Feb 28th, 2026

ଅଗସ୍ତ୍ୟକୁ ଟ୍ରଫି ଉତ୍ସର୍ଗ କଲେ ପାଣ୍ଡ୍ୟା

1 min read
Spread the love

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ପୁଅ ଅଗସ୍ତ୍ୟକୁ ଆଇପିଏଲ୍ ଟ୍ରଫି ଉତ୍ସର୍ଗ କରିଛନ୍ତି। ଟ୍ବିଟରରେ ଟ୍ରଫି ଧରିଥିବା ଫଟୋ ପ୍ରକାଶ କରି ସେ ଲେଖିଛନ୍ତି ଯେ ‘‘ ଏଇ ଟ୍ରଫି ତୁମ ପାଇଁ, ଏହି ଦଳକୁ ମୁଁ ବହୁତ ଭଲ ପାଏ’’। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଫାଇନାଲ୍‌ରେ ପାଣ୍ଡ୍ୟା ଅବଶ୍ୟ ମାତ୍ର ୩ ରନ୍ କରିଥିଲେ। ତେବେ ତାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ବିଜୟ ସୂଚକ ରନ୍ ସଂଗ୍ରହ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ଲିଗ୍ ମ୍ୟାଚ୍‌ଗୁଡ଼ିକରେ କିନ୍ତୁ ପାଣ୍ଡ୍ୟା ଏକାଧିକ ବିସ୍ଫୋରକ ପାଳି ଖେଳି ପ୍ରଶଂସଙ୍କ ଭରପୁର ମନୋରଞ୍ଜନ କରିଥିଲେ। ସେ ମଧ୍ୟ ମୁମ୍ବାଇ ବିଜୟରେ ଉପଯୋଗୀ ଭୂମିକା ତୁଲାଇଥିଲେ। ପାଣ୍ଡ୍ୟା ଓ ତାଙ୍କ ସାଥୀ ତଥା ବଲିଉଡ୍ ଅଭିନେତ୍ରୀ ନତାଶା ଷ୍ଟଙ୍କୋଭିକ ଜୁଲାଇ ମାସରେ ପିତା-ମାତା ହୋଇଥିଲେ। କରୋନା ସଙ୍କଟ ପାଇଁ କିନ୍ତୁ ପତ୍ନୀ ଓ ପୁଅ ଅଗସ୍ତ୍ୟକୁ ଭାରତରେ ଛାଡ଼ି ପାଣ୍ଡ୍ୟା ଆଇପିଏଲ୍ ଖେଳିବା ଲାଗି ୟୁଏଇ ଯାଇଥିଲେ। ତାଙ୍କ ଅନୁପସ୍ଥିତିରେ ନତାଶା ଅଗସ୍ତ୍ୟର ଅନେକ ଆକର୍ଷଣୀୟ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ।

Copyright © All rights reserved.