Wed. Jan 14th, 2026

ଡାଇବେଟିସ୍‌ରୁ ଏହା ବି ରଖେ ଦୂରେଇ

1 min read
Spread the love

ରସୁଣରେ ଥିବା ଔଷଧୀୟ ଗୁଣ ଆମ ଶରୀରରୁ ବହୁ ରୋଗ ଦୂର କରିଦିଏ। ପ୍ରତିଦିନ  ଦୁଇକୋଲା ରସୁଣ ଖାଇଲେ ମିଳିଥାଏ ଅନେକ ସୁଫଳ। ଏହା ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସ୍ବାସ୍ଥ୍ୟ ରକ୍ଷା ଲାଗି ଉତ୍ପାଦିତ ହେଉଥିବା ଅନେକ ଔଷଧରେ ରସୁଣର ବ୍ୟବହାର ହୋଇଥାଏ। ରସୁଣରେ ରହିଥାଏ ପ୍ରଚୁର ପରିମାଣରେ ଆଣ୍ଟି-ବ୍ୟାକ୍ଟେରିଆ, ଆଣ୍ଟି-ଭାଇରାଲ, ଆଣ୍ଟି-ଫଙ୍ଗାଲ୍‌ ତଥା ଆଣ୍ଟି-ଅକ୍ସିଡାଣ୍ଟ। ଫଳରେ ଏହା ଅନେକ ରୋଗକୁ ଦୂର କରିଦିଏ। ପ୍ରତିଦିନ ୬ ଶହ ମିଲିଗ୍ରାମ୍‌ ରସୁଣ ଖାଇଲେ, କୋଲଷ୍ଟରଲସ୍ତରରେ ଆସିଥାଏ ସନ୍ତୁଳନ। ଏହା ତ୍ୱଚାକୁ ଇନ୍‌ଫେକ୍‌ସନରୁ ରକ୍ଷା କରେ ଓ ସୁସ୍ଥ ରଖେ। ଏହାଦ୍ୱାରା କାମୋଦ୍ଦୀପକ ଶକ୍ତି ବୃଦ୍ଧି ହୁଏ। ଫଳରେ ଶରୀରରେ ରକ୍ତ ସଂଚାଳନ ଭଲ ହୁଏ। ଏହା ରକ୍ତରେ ଶର୍କରା ସ୍ତରକୁ କମାଇ ଇନ୍‌ସୁଲିନ୍‌ ସ୍ତରକୁ ଠିକ୍‌ ରଖେ। ଯାହାକି ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁତ ଭଲ।

Leave a Reply

Your email address will not be published.

Copyright © All rights reserved.