Sat. Feb 28th, 2026

ଶକ୍ତିରେ ୬୦୦୦ କୋଟି ଡଲାର ନିବେଶ ହେବ

1 min read
Spread the love

ଭୁବନେଶ୍ବର: ଦେଶରେ ଗ୍ୟାସ୍‌ ପାଇପ୍‌ଲାଇନ୍, ସିଟି ଗ୍ୟାସ୍‌ ବିତରଣ, ଏଲ୍‌ଏନ୍‌ଜି, ରି-ଗ୍ୟାସିଫିକେସନ ଟର୍ମିନାଲ୍ ଓ ଗ୍ୟାସ୍‌ ଭିତ୍ତିଭୂମିରେ ୬୦୦୦ କୋଟି ଡଲାର ନିବେଶ କରାଯାଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶିଳ୍ପ ସଂଘ ଆସୋଚାମ୍‌ର ପ୍ରତି‌ଷ୍ଠା ସପ୍ତାହ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ପ୍ରାୟ ୨୦୦୦ କୋଟି ଡଲାର ନିବେଶରେ ଆଗାମୀ ଦିନରେ ୫୦୦୦ ସିବିଜି ପ୍ଲାଣ୍ଟ୍‌ ସ୍ଥାପନ କରି ବାର୍ଷିକ ୧୫ ନିୟୁତ ଟନ୍ ସିବିଜି ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ୧୫୦୦ ସିବିଜି ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ ହୋଇସାରିଲାଣି ବୋଲି ସେ କହିଛନ୍ତି। ଶକ୍ତି କ୍ଷେତ୍ରରେ ଅନ୍ବେଷଣ ଓ ଉତ୍ପାଦନ, ବିଶୋଧନାଗାର, ଜୈବ ଇନ୍ଧନ, ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ, ଏଲ୍‌ଏନ୍‌ଜି କ୍ଷମତା ବୃଦ୍ଧି, ଗବେଷଣା ଓ ବିକାଶ (ଆର୍‌ଆଣ୍ଡ୍‌ଡି) କ୍ଷେତ୍ରର ବିକାଶ ଲାଗି ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

Copyright © All rights reserved.