Wed. Jan 14th, 2026

୧୦୦ ବର୍ଷରେ ଦେଖିବାକୁ ମିଳିନଥିବା ଭଳି ବଜେଟ୍ ଆସିବ: ନିର୍ମଳା

1 min read
Spread the love

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷ (୨୦୨୧-୨୨) ସମ୍ପୂର୍ଣ୍ଣ ଅଲଗା ପ୍ରକାରର ହେବ। ଏମିତି ବଜେଟ୍ ଆସିବ ଯାହା ବିଗତ ୧୦୦ ବର୍ଷରେ ଦେଖିବାକୁ ମିଳିନାହିଁ। ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ମହାମାରୀ ପରେ ଏହି ବଜେଟ୍ ତିଆରି କରାଯାଉଛି। ଏହ‌ାକୁ ସ୍ବତନ୍ତ୍ର କରିବା ଲାଗି ଶିଳ୍ପ ଜଗତର ମତାମତ ଜରୁରୀ। ଆମେ ବିଶ୍ବ ଅର୍ଥନୈତିକ ବିକାଶର ଇଞ୍ଜିନ ହୋଇପାରିବା। ବିଶ୍ବକୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବା ବୋଲି ସେ କହିଛନ୍ତି। ଆତ୍ମନିର୍ଭର ଭାରତ ସମ୍ପର୍କରେ ନିର୍ମଳା କହିଛନ୍ତି ଯେ ଏହାର ଅର୍ଥ ନୁହେଁ ଆମେ ସମସ୍ତଙ୍କ ପାଇଁ ଆମ ଦ୍ବାର ବନ୍ଦ କରୁଛୁ। ଏହାର ଅର୍ଥ ନୁହେଁ ଭାରତ ଆମଦାନି କିମ୍ବା ରପ୍ତାନି କରିବନି ବୋଲି ସେ କହିଛନ୍ତି।

Copyright © All rights reserved.