Wed. Jun 25th, 2025

ପରୀ ହତ୍ୟା ଘଟଣାର ଗୁମର ଖୋଲିଲେ ଏସଆଇଟି ମୁଖ୍ୟ: ଆଗ ହତ୍ୟା ପରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ

1 min read
Spread the love

କଟକ: ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀ ହତ୍ୟା ଘଟଣାର ଗୁମର ଖୋଲିଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ପ୍ରଥମେ ହତ୍ୟା, ପରେ ଦୁଷ୍କର୍ମ କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅରୁଣ ବୋଥ୍ରା। ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱୀକାର କରିଛି।ଏପରିକି ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିବା କଥା ଜେରା ବେଳେ ଅଭିଯୁକ୍ତ ମାନିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସରୋଜ ରାତିରେ ଅଭିଯୁକ୍ତ ସାନଭଉଣୀଙ୍କର ମୋବାଇଲରେ ଅଶ୍ଳୀଳ ଫିଲ୍ମ ରଖି ଦେଖୁଥିଲା । ଅଶ୍ଲୀଳ ଫିଲ୍ମ ଦେଖିବା ପରେ ସେଗୁଡ଼ିକୁ ଡିଲିଟ୍ କରି ଦେଉଥିଲା।ତେବେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଥିଲା ଅଭିଯୁକ୍ତ। କାଳେ ଧରାପଡ଼ିଯିବ ବୋଲି ଆଶଙ୍କା କରି ପରେ ପରୀକୁ ଅଖା ଭିତରେ ବାନ୍ଧି ଫିଙ୍ଗି ଦେଇଥିବା କଥା ପୋଲିସ ଆଗରେ ମାନିଥିଲା ଅଭିଯୁକ୍ତ ସରୋଜ ସେଠୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ସରୋଜ ସେଠୀ ପଲିଗ୍ରାଫ ପରୀକ୍ଷା ପାଇଁ ଅଭିଯୁକ୍ତ ପ୍ରଥମେ ରାଜି ହେଉନଥିଲା। କିନ୍ତୁ ପଲିଗ୍ରାଫ ପାଇଁ ରାଜି ନହେଲେ ଅଭିଯୁକ୍ତ ଧରାଯିବ କହିବାରୁ ରାଜି ହୋଇଥିଲା ସରୋଜ। ଅଭିଯୁକ୍ତ ଏସଆଇଟି ଛଡ଼ା ଅନ୍ୟ ଦୁଇଜଣଙ୍କ ଆଗରେ ଘଟଣାକୁ ସ୍ବୀକାର କରିଛି। ଅଭିଯୁକ୍ତ ସରୋଜର ସ୍ବୀକାରୋକ୍ତିର ଅଡିଓ ଓ ଭିଡିଓ ବି ରହିଛି। ସରୋଜର ମୋବାଇଲର ଡିଲିଟ ତଥ୍ୟକୁ ରିକଭରି ଉଦ୍ୟମ କରାଯାଉଛି ।ତେବେ ଏହି ଘଟଣାର କେହି ଆଇ ୱିଟନେସ୍ ବା ଚାକ୍ଷୁସ ପ୍ରମାଣ ମିଳିନଥିବା କହିଛନ୍ତି ଏସଆଇଟି ମୁଖ୍ୟ । ଏଥିଲାଗି ବୈଜ୍ଞାନିକ ପ୍ରମାଣ ଏକାଠି କରାଯାଉଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Copyright © All rights reserved.