Sat. Feb 28th, 2026

ଏୟାର ଏସିଆ ଇଣ୍ଡିଆର ଆଉ ୩୨.୬୭% ଅଂଶଧନ କିଣିଲା ଟାଟା

1 min read
Spread the love

ନୂଆଦିଲ୍ଲୀ: ବିମାନ ସେବା ବ୍ୟବସାୟରେ ଟାଟା ଏହାର ଉପସ୍ଥିତିକୁ ମଜଭୁତ କରିବାରେ ଲାଗିଛି। ଘରୋଇକରଣ ହେବାକୁ ଥିବା ଏୟାର ଇଣ୍ଡିଆ କିଣିବା ପାଇଁ ଆଗ୍ରହୀ ଥିବା ଟାଟା ଏବେ ଏୟାର ଏସିଆ ଇଣ୍ଡିଆର ଆଉ ୩୨.୬୭ ପ୍ରତିଶତ ଅଂଶଧନ କିଣିଛି। ମାଲେସିଆ କମ୍ପାନି ଏୟାର ଏସିଆ ବରହାର୍ଡଠାରୁ ଟାଟା ଏହି ଅଂଶଧନକୁ ଟାଟା ୩୭.୬୬ ନିୟୁତ ଆମେରିକୀୟ ଡଲାର ବା ପ୍ରାୟ ୨୭୬.୧୦ କୋଟି ଟଙ୍କାରେ କିଣିଛି। ଏବେ ଏୟାର ଏସିଆରେ ଟାଟା ସନ୍ସର ୫୧ ପ୍ରତିଶତ ଅଂଶଧନ ଥିବାବେଳେ ଆଗାମୀ ଦିନରେ ଏହା ୮୩.୬୭ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏୟାର ଏସିଆର ବର୍‌ହାର୍ଡର ଅଂଶଧନ ୪୯ ପ୍ରତିଶତରୁ ୧୬.୩୩ ପ୍ରତିଶତକୁ କମିଛି।

Copyright © All rights reserved.