Wed. Jan 14th, 2026

ଓଡ଼ିଶା‌ରେ ୧୦୦ ଛୁଇଁଲା,

1 min read
Spread the love

କାଲିମେଳା: ଦୁଇ ଦିନ ଦର ଅପରିବର୍ତ୍ତିତ ରହିବା ପରେ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ପେଟ୍ରୋଲ ଦର ଶହେ ଟପିଛି। ଦୁଇ ଦିନ ତଳେ କାଲିମେଳା ସ୍ଥିତ ଭାରତ ପେଟ୍ରୋଲିୟମର ପମ୍ପରେ ସାଧାରଣ ପେଟ୍ରୋଲ ଦର ୯୬ଟଙ୍କା ୭୮ ପଇସା ଏବଂ ସ୍ପିଡ୍ ପେଟ୍ରୋଲ ଦର ୯୯ଟଙ୍କା ୯୩ ପଇସା ରହିଥିଲା। ଆଜି ୩୬ ପଇସା ବଢ଼ିବା ପରେ ପଟ୍ରୋଲ ଦର ଯଥାକ୍ରମେ ୯୭ ଟଙ୍କା ୧୪ପଇସା (ସାଧାରଣ) ଏବଂ ୧୦୦ଟଙ୍କା ୨୯ ପଇସା (ସ୍ପିଡ୍) ରହିଛି। ଏହା ହେଉଛି ଓଡ଼ିଶାରେ ସର୍ବାଧିକ ପେଟ୍ରୋଲ ଦର। ସେହିପରି ଡିଜେଲ ଦର ମଧ୍ୟ ଆଜି ୩୮ପଇସା ବଢ଼ିଛି। କାଲିମେଳାରେ ଆଜି ଡିଜେଲ ଦର ୯୩ ଟଙ୍କା ୮୬ ପଇସା ରହିଛି।ଚଳିତ ମାସ ୯ତାରିଖ ଠାରୁ କ୍ରମାଗତ ଭାବେ ଉଭୟ ପଟ୍ରୋଲ ଏବଂ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ତେବେ ଗତ ୨୧ ଏବଂ ୨୨ତାରିଖ ଦୁଇଦିନ ଧରି ଦର ପରିବର୍ତ୍ତନ ହୋଇ ନଥିଲା। ଆଜି ପୁଣି ଦର ବଢ଼ିବା ସହ ରାଜ୍ୟର ଉପାନ୍ତ ଅଞ୍ଚଳରେ ଶତକ ପାର କରିଛି ସ୍ପିଡ୍ ପେଟ୍ରୋଲ ଦର। ଯଦି ଆସନ୍ତାକାଲି ମଧ୍ୟ ଦର ବଢ଼ିବ ତେବେ ସାଧାରଣ ପେଟ୍ରୋଲ ଦର ମଧ୍ୟ ଶତକ ନିକଟତର ହେବ ବୋଲି କୁହାଯାଉଛି।

Copyright © All rights reserved.