Sun. Jan 18th, 2026

ଟଏଲେଟ୍‌ରେ ବସିଥିବା ବେଳେ ଭିତରୁ ମହିଳାଙ୍କୁ ଚୋଟ ମାରିଲା ୫ ଫୁଟ୍‌ ଲମ୍ବ ଅଜଗର

1 min read
Spread the love

ମେଲ୍‌ବର୍ଣ୍ଣ: ବ୍ରିସ୍‌ବେନ୍‌ ଠାରେ ଜଣେ ଆତ୍ମୀୟଙ୍କ ଘରେ ମଙ୍ଗଳବାର ଦିନ ଟଏଲେଟ୍‌ ସିଟ୍‌ରେ ବସିବା ବେଳେ ଜଣେ ମହିଳାଙ୍କୁ ଗୋଟାଏ ଅଜଗର କାମୁଡ଼ି ପକାଇଛି।

ହେଲେନ୍‌ ରିଚାର୍ଡସ୍‌ ନାମ୍ନା ୫୯ ବର୍ଷୀୟ ସେ ମହିଳା ଲାଇଟ୍‌ ନ ଜଳାଇ ଟଏଲେଟ୍‌ ସିଟ୍‌ରେ ବସିବା ପରେ ତୀକ୍ଷ୍ଣ ଆଘାତ ଅନୁଭବ କରିଥିଲେ। ଛାନିଆରେ ସେ ଉଠିପଡ଼ି ସୁଇଚ୍‌ ଟିପି ଦେବାରୁ ଦେଖିଲେ ଲମ୍ବା ବେକ ଥିବା କଇଁଛଟାଏ ବାଓଲ୍‌ ମଧ୍ୟକୁ ପଶି ଯାଉଛି। ପ୍ରକୃତରେ ସେଇଟା କଇଁଛ ନୁହେଁ, ଗୋଟାଏ ୫ ଫୁଟ୍‌ ଲମ୍ବ ଅଜଗର ସାପ। ମହିଳାଙ୍କ ଦେହରେ ମଧ୍ୟ ସେ ବିଷହୀନ ସର୍ପର ଦନ୍ତାଘାତ ଚିହ୍ନ ଥିଲା। ସର୍ପ ବିଷହୀନ ହୋଇଥିବାରୁ ତାଙ୍କ ଜୀବନ ପ୍ରତି ଭୟ ନ ଥିଲା, କେବଳ ଆଣ୍ଟିସେପ୍ଟିକ୍‌ ଲଗାଇ ତାଙ୍କର ଚିକିତ୍ସା କରାଯାଇଥିଲା।

ପରେ ଜଣେ ସରୀସୃପ ଧରାଳିଙ୍କୁ ଡକାଇ ଯାଇ ଅଜଗରଟିକୁ ଟଏଲେଟ୍‌ରୁ ବାହାର କରାଯାଇଥିଲା। ସେ କହିଲେ କି, ଗରମ ପାଗରେ ଟଏଲେଟ୍‌ଗୁଡ଼ିକରେ ସାପ ଦେଖାଯିବା ସାଧାରଣ ଘଟନା।

ସେ ଆହୁରି କହିଲେ କି, ହେଲେନ୍‌ ଟଏଲେଟ୍‌ ସିଟ୍‌ରେ ବସିଯିବା ପରେ ବାହାରିବା ବାଟ ବନ୍ଦ ହୋଇ ଯିବାରୁ ସରୀସୃପଟି ଜୀବନ ବିକଳେ ତାଙ୍କୁ ଆକ୍ରମଣ କରିଥିଲା।

Leave a Reply

Your email address will not be published.

Copyright © All rights reserved.