ଚା’ ସହ ପରଷନ୍ତୁ ଗରମା ଗରମ୍ ‘ମକା ଆଳୁ ବରା’
1 min read
ଭୁବନେଶ୍ୱର : ଆଜି ଆମେ ଆପଣଙ୍କୁ ଏକ ଶୀତିଦିନିଆ ଚଟ୍ପଟା ଖାଦ୍ୟ ‘ମକା ଆଳୁ ବରା’ର ପ୍ରସ୍ତୁତି ସମ୍ପର୍କରେ ଟିପ୍ସ୍ ଦେବୁ।
ଆବଶ୍ୟକ ସାମଗ୍ରୀ: ମକା, ସିଝା ଆଳୁ, ବ୍ରେଡ୍, ଲେମ୍ବୁ ରସ, ଧନିଆ ପତ୍ର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଗରମ ମସଲା, ଭଜା ଜିରା ଗୁଣ୍ଡ, ଭଜା ଧନିଆ ଗୁଣ୍ଡ, ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମକାକୁ ସିଝାଇ ପାଣିରୁ ଛାଣି ରଖନ୍ତୁ। ଏବେ ଏକ ପାତ୍ରରେ ସିଝା ଆଳୁକୁ ଚକଟି ସେଥିରେ ସିଝା ମକା, ବ୍ରେଡ୍, କଟା ଧନିଆ ପତ୍ର, ଲେମ୍ବୁ ରସ ଏବଂ କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଏଥିରେ ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଏବଂ କିଛି ବୁନ୍ଦା ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ଅଳ୍ପ ତେଲ ଗରମ କରି ମକା-ଆଳୁର ମିଶ୍ରଣରୁ ଛୋଟ ଛୋଟ ବରା ଆକାର କରି ସେ ସବୁକୁ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ମକା ଆଳୁ ବରା’। ଏବେ ଏହାକୁ ନିଜ ପସନ୍ଦର ଚଟଣୀ କିମ୍ବା ସସ୍ ସହ ଗରମା ଗରମ ଖା’ନ୍ତୁ ଏବଂ ଘରକୁ ଆସିଥିବା ଅତିଥିଙ୍କୁ ତା’ ସହ ପରଷନ୍ତୁ।