Mon. Aug 11th, 2025

୧୨ ବର୍ଷ ପରେ ନାକରୁ ବାହାରିଲା ମୁଦି

1 min read
Spread the love

ଲଣ୍ଡନ, ୫।୨: ୧୨ବର୍ଷ ପରେ ହଜିଥିବା ମୁଦି ନାକରୁ ବାହାରିଲା। ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନରେ ରହୁଥିବା ୨୦ ବର୍ଷିୟା ଯୁବତୀ ଅବିଗେଲ ଥମ୍ପସନ୍‌ଙ୍କ ନାକରୁ ଏକ ମୁଦି ଉଦ୍ଧାର କରାଯାଇଛି। ୨୦୦୭ରେ ଥମ୍ପସନ ପିନ୍ଧିଥିବା ମୁଦି କେଉଁଆଡେ ହଜିଯାଇଥିଲା। ସେ ଚାରିଆଡେ ଖୋଜାଖୋଜି ପରେ ମଧ୍ୟ ତାହା ମିଳି ନ ଥିଲା। ତାଙ୍କର ଜଣେ ବନ୍ଧୁ ଚୋରି କରି ନେଇଯାଇଥିବା ସେ ଭାବିନେଇଥିଲେ। କିନ୍ତୁ ୧୨ବର୍ଷ ପରେ ଦିନେ ଥମ୍ପସନ୍‌ ଛିଙ୍କିବାରୁ ଉକ୍ତ ମୁଦିଟି ତାଙ୍କ ନାକରୁ ବାହାରି ଥିଲା। ଆଉ ସେ ଚକିତ ହୋଇପଡିଥିଲେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମୁଦିଟି ଏତେ ଦିନ ଧରି ନାକରେ ଥିଲେ ମଧ୍ୟ ତାଙ୍କୁ କୌଣସି ଯନ୍ତ୍ରଣା ଅନୁଭବ ହେଉ ନ ଥିଲା। ସେ ନିଃଶ୍ୱାସପ୍ରଶ୍ୱାସ ବି ଠିକ୍‌ ଭାବେ ନେଉଥିଲେ।

Copyright © All rights reserved.