Sat. Feb 28th, 2026

ମଦ ଦୋକାନ ସ୍ଥାନାନ୍ତର ଦାବିକୁ ଏଡାଇଲା ପ୍ରଶାସନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସଂଘର ଗଣଧାରଣା

1 min read
Spread the love

ଫୁଲବାଣୀ: ଫୁଲବାଣୀ ସହରଠାରୁ ପିଅନପଡା ଯିବା‌ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ୨ଟି ବିଦେଶୀ ମଦ ଦୋକାନ ରହିଛି। ଏହି ମଦ ଦୋକାନ ଯୋଗୁଁ ସକାଳେ ଓ ସଂଧ୍ୟାରେ ଉକ୍ତ ରାସ୍ତା‌ରେ ମଦ୍ୟପଙ୍କ ଆଡା ଜମୁଛି। ଏଥିରେ ସ୍କୁଲ ପିଲା, ମହିଳା ସେହି ରାସ୍ତା ଦେଇ ଯାତାୟତ କରି ପାରୁ ନାହାନ୍ତି। ତୁରନ୍ତ ସେଠାରୁ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପିଅନପଡାର ମହିଳା ସଂଘ ପକ୍ଷରୁ ଦାବି ହୋଇ ଆସୁଛି। ହେଲେ ଜିଲ୍ଲା ପ୍ରଶାସନଏଭଳି ଦାବିକୁ ଏଡାଇ ଯାଉଥିବାରୁ ଆଜିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି।

ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରା ନ ଗଲେ ଗଣଧାରଣା ଜାରି ରହିବ ବୋଲି ମହିଳା ସଂଘର ସ୍ମିତାରାଣୀ ମହାନ୍ତି, ପ୍ରତିମା ତରାଇ ଓ ଲୀଳାବତୀ ବିଶୋଇ ପ୍ରମୁଖ କହିଛନ୍ତି। ଗତ ୨୧ ତାରିଖରେ ଜିଲ୍ଲା ପ୍ରଶାସନକୁ ଜଣାଯାଇଥିଲା। ତାପରେ ସପ୍ତାହ ପୂର୍ବେ ମଧ୍ୟରେ ଆଉ ଥରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଦାବିକୁ ଏଡାଇ ଯିବାରୁ ପିଅନପଡା ମହିଳା ସଂଘ ଆନ୍ଦୋଳନକୁ ଓହ୍ଲାଇଛି।

ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟି ‌ରଖି ସହରରୁ ପିଅନପଡା ଯିବା ରାସ୍ତା ପାର୍ଶ୍ୱରୁ ମଦ ଦୋକାନ ଉଠିବା ଦାବିରେ ଆଜିଠାରୁ ଆରମ୍ଭ ହୋଇ ଗଣଧାରଣା ସେଦିନ ବିରାଟ ଭାବେ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ସେଦିନ କୌଣସି ଅପ୍ରୀତିକର ଘଟଣା ସୃଷ୍ଟି ହେବା ପୂର୍ବରୁ ମହିଳା ସଂଘର କର୍ମକର୍ତ୍ତାଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରି ମଦ ଦୋକାନ ବନ୍ଦ ନିମନ୍ତେ କୌଣସି ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି।

Copyright © All rights reserved.