Sun. Jan 18th, 2026

ଆଜିଠାରୁ ୪ ଦିନ ବନ୍ଦ ରହିବ ବ୍ୟାଙ୍କ

1 min read
Spread the love

ଭୁବନେଶ୍ୱର: ଗୁରୁବାରଠାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୪ ଦିନ ବନ୍ଦ ରହିବ। ଗୁରୁବାର ସରସ୍ବତୀ ପୂଜା ଯୋଗୁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ଶୁକ୍ରବାର ଏବଂ ଶନିବାର ବ୍ୟାଙ୍କଗୁଡିକର ମଳିତ ସଂଘ ପକ୍ଷରୁ ଦୁଇ ଦିନ ଦେଶ ବ୍ୟାପି ଧର୍ମଘଟ ଡାକରା ଦିଆଯାଇଛି। ଏହି ସମୟରେ ବ୍ୟାଙ୍କ ସେବା ଲୋକଙ୍କୁ ଉପଲବ୍ଧ ହେବ ନାହିଁ। ଏହାବାଦ ରବିବାର ଛୁଟି ଯୋଗୁ ବ୍ୟାଙ୍କ ଖୋଲା ରହିବ ନାହିଁ। ଏହି ସପ୍ତାହରେ ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଲୋକମାନେ ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ଲାଭ କରିବାରେ ଅସୁବିଧା ସାମ୍ନା କରିବାର ଆଶଙ୍କା ଉପୁଜିଛି। ଏହି ସମୟରେ ଏଟିଏମ୍‌ରେ ଟଙ୍କା ଉପଲବ୍ଧ କରାଇବା ଦିଗରେ ବ୍ୟାଙ୍କଗୁଡିକ ପଦକ୍ଷେପ ନେଇଥିବା ସୂଚନା ରହିଛି। ହେଲେ ସବୁ ଏଟିଏମ୍‌ରେ ପର୍ଯ୍ୟାପ୍ତ ଟଙ୍କା ଉପଲବ୍ଧ ରହିବ କି ନାହିଁ ସେ ନେଇ ମଧ୍ୟ ଆଶଙ୍କା ଉପୁଜିଛି।

Copyright © All rights reserved.