Wed. Jun 25th, 2025

ଆୟକରର ନୂଆ ହିସାବରେ ଏହି ୧୨ଟି ସୂତ୍ରରୁ ମିଳୁଥିବା ଅର୍ଥ ଉପରେ ଛାଡ଼ ମିଳିବ

1 min read
Spread the love

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ବଜେଟ୍‌ରେ ନୂଆ ଆୟକର ସ୍ଲାବ୍ ବିଷୟରେ ଘୋଷଣା କରିଛନ୍ତି। ଟିକସଦାତାଙ୍କ ନୂଆ କିମ୍ବା ପୁରୁଣା ଯେକୌଣସି ଗୋଟିଏ ସ୍ଲାବ୍‌କୁ ବ୍ୟବହାର କରିବାର ବିକଳ୍ପ ପ୍ରଦାନ କରାଯାଇଛି। ନୂଆ ସ୍ଲାବ୍ ଘୋଷଣା ବେଳେ ଆୟକର ହିସାବ ଲାଗି ବିଚାରକୁ ନିଆଯାଉଥିବା ୭୦ ପ୍ରକାର ଛାଡ଼ ଓ କାଟ (ଏକ୍‌ଜେମ୍ପ୍‌ସନ୍ ଓ ଡିଡକ୍ସନ)କୁ ହଟାଇ ଦିଆଯାଇଛି। ତେବେ ଏବେବି ୩୦ ପ୍ରକାର ଛାଡ଼ ଓ କାଟ ରହିଛି ଯାହାକୁ ଟିକସଦାତାମାନେ ନୂଆ ସ୍ଲାବ୍ ଅନୁସାରେ ଟିକସ ପଇଠ କରିବା ବେଳେ ବିଚାରକୁ ନେଇପାରିବେ। ସେଗୁଡ଼ିକର ତାଲିକା ନିମ୍ନରେ ପ୍ରଦାନ କରାଯାଇଛି।

୧-ଡାକ ଘର ଜମା ଖାତାର ବାଲାନ୍ସ ଉପରେ ମିଳୁଥିବା ସୁଧ

୨-ନିଯୁକ୍ତିଦାତାଙ୍କ ଠାରୁ ମିଳୁଥିବା ଗ୍ରାଚୁଇଟି ରାଶି

୩-ଜୀବନ ବୀମା ପଲିସି ପରିପକ୍ବ ହେବା ପରେ ମିଳୁଥିବା ବୀମା ରାଶି

୪-ଇପିଏଫ୍/ ଏନ୍‌ପିଏସ୍‌ ଖାତାରେ ନିଯୁକ୍ତିଦାତାଙ୍କ ଅବଦାନ

୫-ଇପିଏଫ୍‌ରୁ ବାର୍ଷିକ ଭିତ୍ତିରେ ମିଳୁଥିବା ୯.୫% ପର୍ଯ୍ୟନ୍ତ ସୁଧ

୬-ପିପିଏଫ୍‌ରୁ ମିଳୁଥିବା ସୁଧ ଓ ମାଚ୍ୟୁରିଟି ଅର୍ଥରାଶି

୭-ସୁକନ୍ୟା ସମୃଦ୍ଧି ଯୋଜନାରୁ ମିଳୁଥିବା ସୁଧ ଓ ପେମେଣ୍ଟ୍‌

୮-ଏନ୍‌ପିଏସ୍‌ ଖାତାରୁ ମିଳୁଥିବା ପେମେଣ୍ଟ୍‌ 8ଖାଦ୍ୟ କୁପନ୍

୯-ନିଯୁକ୍ତିଦାତାଙ୍କ ଠାରୁ ମିଳୁଥିବା ଉପହାର

୧୦-ଏକକାଳୀନ ମିଳୁଥିବା ପେନ୍‌ସନ୍ ରାଶିର ଅଂଶ

୧୧-ଅବସର ସମୟରେ ମିଳୁଥିବା ଛୁଟି ବାବଦ ଟଙ୍କା

୧୨- ସ୍ବେଚ୍ଛାକୃତ ଅବସର ସ୍କିମ୍‌ରେ ମିଳୁଥିବା ରାଶି

Copyright © All rights reserved.