Sun. Jan 18th, 2026

ଏଣିକି ଯୁକ୍ତ୨ ପ୍ରଥମ ବର୍ଷରେ ପାସ୍‌ ହେବା ଜରୁରୀ, ନଚେତ ଛାତ୍ରୀଛାତ୍ରଙ୍କୁ ଦ୍ୱିତୀୟ ବର୍ଷ ମନା

1 min read
Spread the love

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଯୁକ୍ତ୨ ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ନିୟମକୁ କଡ଼ାକଡ଼ି କରାଯାଇଛି। ଏଣିକି ପ୍ରଥମ ବର୍ଷ ପରୀକ୍ଷାରେ ପାସ ନ କଲେ ପିଲାମାନେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ। ଦ୍ୱିତୀୟ ବର୍ଷକୁ ଯିବା ଲାଗି ଛାତ୍ରୀଛାତ୍ରଙ୍କୁ ପ୍ରଥମ ବର୍ଷରେ ୩୩% ମାର୍କ ରଖିବାକୁ ହେବ। ତେବେ ପରୀକ୍ଷା ପାସ୍‌ ପାଇଁ ପ୍ରଥମ ବର୍ଷ ପିଲାଙ୍କୁ ୨ଟି ସୁଯୋଗ ମିଳିବ। ଫେବୃୟାରୀ ୧୫ରୁ ୨୯ ମଧ୍ୟରେ ପ୍ରଥମ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ୩୩%ରୁ କମ୍‌ ରଖିଥିବା ପିଲାଙ୍କ ପାଇଁ ରିମେଡିଆଲ କ୍ଲାସ ହେବ। ଏହାପରେ ସେମାନେ ଦ୍ୱିତୀୟ ସୁଯୋଗ ଭାବେ ମେ’ ଶେଷ ସପ୍ତାହରେ ପରୀକ୍ଷା ଦେବେ। ଦ୍ୱିତୀୟ ବର୍ଷ ଢାଞ୍ଚାରେ ପ୍ରଥମ ବର୍ଷ ପରୀକ୍ଷା କରାଯିବ। କଲେଜଗୁଡ଼ିକ ପ୍ରଥମ ବର୍ଷ ରେଜଲ୍ଟ ନିର୍ଦ୍ଦେଶାଳୟକୁ ଜଣାଇବେ ବୋଲି ମଙ୍ଗଳବାର ସ୍କୁଲ ଓ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ, ପୂର୍ବରୁ ଯୁକ୍ତ ୨ ପ୍ରଥମ ବର୍ଷର ପିଲାମାନେ ନାମକୁମାତ୍ର ପରୀକ୍ଷା ଦେଉଥିଲେ। ସମସ୍ତଙ୍କ ପାଇଁ ଅଲ୍‌ ପାସ୍‌ ବ୍ୟବସ୍ଥା ରହିଥିଲା। ହେଲେ ଏବେ ତାହା ହେବ ନାହିଁ। ଏପରିକି କଲେଜଗୁଡ଼ିକ ନିଜ ସୁବିଧା ଅନୁଯାୟୀ ପରୀକ୍ଷା କରିପାରିବେ ନାହିଁ। ଏହାକୁ ବ୍ୟବସ୍ଥିତ ଢଙ୍ଗରେ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯଦି ଯୁକ୍ତ୨ ପ୍ରଥମ ବର୍ଷରେ କୌଣସି ପିଲା ଫେଲ ହୁଅନ୍ତି ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ହେବ। ହେଲେ ଯଦି ସେମାନେ ଦ୍ୱିତୀୟ ଥର ଫେଲ ହୁଅନ୍ତି ତେବେ ସେ କ୍ଷେତ୍ରରେ କ’ଣ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇନାହିଁ।

Copyright © All rights reserved.