Sun. Jan 18th, 2026

ଅର୍ଥନୀତିକୁ ସୁଧାରିବା ପାଇଁ ୧୦ସୁତ୍ରୀ ପ୍ରସ୍ତାବ:ରଘୁରାମ ରାଜନ

1 min read
Spread the love

ନୂଆଦିଲ୍ଲୀ : ଦେଶର ଅର୍ଥନୀତି ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଗଲାଣି । ସରକାର ଅର୍ଥନୀତି ଉପରୁ ନିୟନ୍ତ୍ରଣ କରାଇଛନ୍ତି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଗତକାଲି କହିଥିଲେ । ରିଜର୍ଭ ବ୍ୟାଙ୍କ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ।

ଏ ପରିପ୍ରେକ୍ଷୀରେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଆମେରିକାର ବୁଥ ସ୍କୁଲ ଅଫ ବିଜନେସ୍‌ର ପ୍ରଫେସର ରଘୁରାମ ରାଜନ ସରକାରଙ୍କ ପାଇଁ କେତେକ ପରାମର୍ଶ ଦେଇଛନ୍ତି । ଅର୍ଥନୀତିର ଅଭିବୃଦ୍ଧି ଫେରାଇ ଆଣିବାକୁ ୧୦ଟି କ୍ଷେତ୍ର ଉପରେ କାମ କରିବାକୁ ସେ କହିଛନ୍ତି । ଏହି ୧୦ଟି କ୍ଷେତ୍ର ହେଲା.. ଜମି ଅଧିଗ୍ରହଣ କ୍ଷେତ୍ରରେ ସଂସ୍କାର, ଶ୍ରମ ସଂସ୍କାର, କ୍ଷମତା ବିକେନ୍ଦ୍ରୀକରଣ ଅର୍ଥାତ ମନ୍ତ୍ରାଳୟଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ, ଟିକସ ନିୟମକୁ ସରଳ କରି ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜିପ୍ରତ୍ୟାହାର, ରିଅଲ ଇଷ୍ଟେଟ, ଟେଲିକମ,ଶକ୍ତି ଓ କୃଷି କ୍ଷେତ୍ରରେ ସଂସ୍କାର ଆଣି ସେଗୁଡ଼ିକୁ ଅଧିକ ପାରଦର୍ଶୀ କରିବା ।

Copyright © All rights reserved.