Sun. Jan 18th, 2026

ହରିଆଣାରେ କଂଗ୍ରେସ ସହିତ ମେଣ୍ଟ ଚାହାନ୍ତି କେଜ୍ରିଓ୍ଵାଲ, କହିଲେ- ରାହୁଲ ଏବାବଦରେ ଚିନ୍ତା କରନ୍ତୁ

1 min read
Spread the love

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ସହିତ ମେଣ୍ଟ ଉଦ୍ୟମ ବିଫଳ ହୋଇଛି। ଏବେ ଆମ୍‌ ଆଦମି ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରିଆଣାରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜନନାୟକ ଜନତା ପାର୍ଟି (ଜେଜେପି), ଆପ୍‌ ଏବଂ କଂଗ୍ରେସ ଏକତ୍ର ହୋଇ ଲଢ଼ିବାକୁ ଅପିଲ୍‌ କରିଛନ୍ତି। ଏଥି ସହିତ ସେ ଦିଲ୍ଲୀରେ କଂଗ୍ରେସ ସହିତ ମେଣ୍ଟର ଆବଶ୍ୟକତାକୁ ମନା କରିଦେଇଛନ୍ତି।

କେଜ୍ରିଓ୍ଵାଲ ବୁଧବାର କହିଛନ୍ତି, ହରିଆଣାରେ ଆପ୍‌, ଜେଜେପି ଏବଂ କଂଗ୍ରେସ ଏକତ୍ର ନିର୍ବାଚନ ଲଢ଼ିଲେ ରାଜ୍ୟରେ ଲୋକସଭାର ୧୦ଟି ଆସନରେ ବିଜେପି ହାରିବ। କେଜ୍ରିଓ୍ଵାଲ କହିଛନ୍ତି, ଦେଶର ଜନତା ଅମିତ ଶାହା ଏବଂ ନରେନ୍ଦ୍ର ମୋଦିଙ୍କ ଯୋଡିଙ୍କୁ ହରାଇବାକୁ ଚାହୁଁଛନ୍ତି। ଯଦି ହରିଆଣାରେ ଜେଜେପି, ଆପ୍‌ ଏବଂ କଂଗ୍ରେସ ଏକତ୍ର ହୋଇଯିବେ ତା’ ହେଲେ ବିଜେପି ହାରିବା ସୁନିଶ୍ଚିତ। ରାହୁଲ ଗାନ୍ଧୀ ଏପ୍ରସଙ୍ଗରେ ଦୃଷ୍ଟି ଦିଅନ୍ତୁ। କେଜ୍ରିଓ୍ଵାଲ ବୁଧବାର କହିଛନ୍ତି, ହରିଆଣାରେ ଆପ୍‌, ଜେଜେପି ଏବଂ କଂଗ୍ରେସ ଏକତ୍ର ନିର୍ବାଚନ ଲଢ଼ିଲେ ରାଜ୍ୟରେ ଲୋକସଭାର ୧୦ଟି ଆସନରେ ବିଜେପି ହାରିବ। କେଜ୍ରିଓ୍ଵାଲ କହିଛନ୍ତି, ଦେଶର ଜନତା ଅମିତ ଶାହା ଏବଂ ନରେନ୍ଦ୍ର ମୋଦିଙ୍କ ଯୋଡିଙ୍କୁ ହରାଇବାକୁ ଚାହୁଁଛନ୍ତି। ଯଦି ହରିଆଣାରେ ଜେଜେପି, ଆପ୍‌ ଏବଂ କଂଗ୍ରେସ ଏକତ୍ର ହୋଇଯିବେ ତା’ ହେଲେ ବିଜେପି ହାରିବା ସୁନିଶ୍ଚିତ। ରାହୁଲ ଗାନ୍ଧୀ ଏପ୍ରସଙ୍ଗରେ ଦୃଷ୍ଟି ଦିଅନ୍ତୁ।

ଅନ୍ୟପକ୍ଷରେ କେଜ୍ରିଓ୍ଵାଲ୍‌ଙ୍କ ଅପିଲକୁ ନେଇ କଂଗ୍ରେସର ପ୍ରତିକ୍ରିୟା ଆସିବା ପୂର୍ବରୁ ଲୋକସଭା ସଦସ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କ ନେତୃତ୍ୱରେ ଜେଜେପି କହିଛି କଂଗେସ ସହିତ ମେଣ୍ଟ ଅସମ୍ଭବ। ଜେଜେପି ସାଧାରଣ ସଂପାଦକ ସି ବାଙ୍ଗଡ ଚଣ୍ଡିଗଡ଼ରେ କହିଛନ୍ତି, ଜେଜେପି ହରିଆଣାରେ ଶକ୍ତିଶାଳୀ ପାର୍ଟି ଭାବରେ ଉଭା ହୋଇସାରିଛି। କଂଗ୍ରେସ ସହିତ ମେଣ୍ଟ ସଂପର୍କରେ ଜେଜେପି କେବେ ଭାବି ନଥିଲା କି ଭବିଷ୍ୟତରେ ମଧ୍ୟ ଭାବିବ ନାହିଁ। କେବଳ ସେତିକି ନୁହେଁ କଂଗ୍ରେସ ଯେଉଁଠି ଥିବ ସେଇଠି ଜେଜେପି ନଥିବ ବୋଲି ସେ କହିଛନ୍ତି।

Copyright © All rights reserved.