Sat. Feb 28th, 2026

ଅତ୍ୟଧିକ ଆଚାର ଖାଇବା ପୁରୁଷଙ୍କ ପାଇଁ ହାନିକାରକ

1 min read
Spread the love

ଆଚାର ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି। କାରଣ ଖାଇବା ସମୟରେ ଆଚାର ଟିକେ ଥିଲେ ଖାଦ୍ୟର ସ୍ବାଦ ଯେପରି ଦୁଇଗୁଣ ବଢ଼ିଯାଇଥାଏ। ଆଚାର ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ। ତେଣଉ ଅତ୍ୟଧିକ ଆଚାର ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ବିଶେଷକରି ଏହା ପୁରୁଷଙ୍କ ପାଇଁ ଅଧିକ ହାନିକାରକ ବୋଲି ଅଧ୍ୟୟନ କରି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ଏକ ଅଧ୍ୟୟନରୁ ଜଣାପଡ଼ିଛି, ପୁରୁଷମାନେ ସବୁବେଳେ ଆଚାର କିମ୍ବା ଖଟା ଜାତୀୟ ଖାଦ୍ୟ ଖାଇଲେ ଯୌନ କ୍ଷମତା ହରାଇଥାନ୍ତି। ଆମ୍ବ ଆଚାରରେ ଅଷ୍ଟାମିପ୍ରିଡ୍‌ ନାମକ ଏକ ଯୌଗିକ ତତ୍ତ୍ୱ ରହିଛି। ଏହା ଆଚାରକୁ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିଥାଏ। ତେଣୁ ପୁରୁଷମାନେ ଅତ୍ୟଧିକ ମାତ୍ରାରେ ଆଚାର ଖାଇବା ମନା।ଏହାବ୍ୟତୀତ ଅଧ୍ୟୟନରୁ ଜଣାପଡ଼ିଛି, ଅତ୍ୟଧିକ ଆଚାର ଖାଇଲେ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦେଖାଯିବା ସହ କ୍ୟାନସର ଆଶଙ୍କା ମଧ୍ୟ ରହିଥାଏ। ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ଆଚାର ଆଦୌ ଶୁଭଙ୍କର ନୁହେଁ। ଆଚାରରେ ଲୁଣ ମିଶିଥିବାରୁ ଏହା ହୃଦ୍‌ରୋଗୀଙ୍କ ପାଇଁ ବି ହାନିକାରକ ହୋଇଥାଏ।

Copyright © All rights reserved.