Sun. Jan 18th, 2026

ଆଉ ମାତ୍ର ୨ ଦିନ ପରେ ପବିତ୍ର ମକର ସଂକ୍ରାନ୍ତି

1 min read
Spread the love

ମକର ସଂକ୍ରାନ୍ତି ହିନ୍ଦୁଧର୍ମର ଏକ ପ୍ରମୁଖ ପର୍ବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି। ମକର ସଂକ୍ରାନ୍ତିକୁ କେଉଁ କେଉଁ ସ୍ଥାନରେ ଉତ୍ତରାୟଣ ବି କୁହାଯାଏ। ଏହି ସଂକ୍ରାନ୍ତିରେ ଗଙ୍ଗା ସ୍ନାନ, ବ୍ରତ, ଦାନ ସୂର୍ଯ୍ୟଦେବଙ୍କ ଆରାଧନା କରିବା ଦ୍ବାରା ସୁଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଜ୍ୟୋତିଷ ଗଣନା ଅନୁସାରେ ଏଥର ସୂର୍ଯ୍ୟ ଜାନୁଆରି ୧୪ ତାରିଖ ରାତି ୨ଟା ବାଜି ୭ ମିନିଟ୍‌ରେ ମକର ରାଶିରେ ପ୍ରବେଶ କରିବେ। ସେଥିପାଇଁ ଜାନୁଆରି ୧୫ ତାରିଖରେ ସଂକ୍ରାନ୍ତି ମନାଯିବ। ମକର ସଂକ୍ରାନ୍ତିରେ ଅଗ୍ନି ତତ୍ବର ଆରମ୍ଭ ହୋଇଥାଏ ଓ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଏହି ସମୟରେ କରାଇଥିବା ଜପ କିମ୍ବା ଦାନର ଅଜସ୍ର ଫଳ ରହିଥାଏ ବୋଲି ବିଶ୍ବାସ କରାଯାଏ। ଏହି ସଂକ୍ରାନ୍ତିକୁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ତରିକାରେ ମନାଯାଏ।

ଏହି ସ୍ବତନ୍ତ୍ର ସଂକ୍ରାନ୍ତିକୁ କିପରି ପାଳିବେ:

ଭୋରୁ ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

ଶ୍ରୀମଦ୍ଦଭଗବଦ୍‌ ଗୀତା କିମ୍ବା ଭାଗବତର ଏକ ଅଧ୍ୟାୟ ପାଠ କରନ୍ତୁ।

ନୂଆ ଅରୁଆ ଚାଉଳରେ ଭାତ ଓ ଘିଅରେ ତିଆରି ତରକାରି ଖାଆନ୍ତୁ।

ଅରୁଆ ଚାଉଳରେ ଆପଣ ଖେଚୁଡ଼ି କରି ବି ଖାଇପାରନ୍ତି।

ଖାଇବା ପୂର୍ବରୁ ଖାଦ୍ୟକୁ ଭଗବାନଙ୍କୁ ସମର୍ପଣ କରି ପ୍ରସାଦ ଭାବେ ଗ୍ରହଣ କରନ୍ତୁ।

ନାଲି ଫୁଲ ଓ ଅକ୍ଷତ ଦେଇ ସୂର୍ଯ୍ୟଙ୍କ ଆରାଧନା କରନ୍ତୁ।

ସୂର୍ଯ୍ୟ ମନ୍ତ୍ର ଜାଣିଥିଲେ ପାଣି ଟେକି ସେହି ମନ୍ତ୍ର ପାଠ କରନ୍ତୁ, ମନ୍ତ୍ର ହେଉଛି ‘ଓମ୍‌ ହ୍ରିଂ ହ୍ରିଂ ହ୍ରିଂ ସ: ସୂର୍ଯ୍ୟାୟ ନମଃ’।

ସଂଧ୍ୟା ପରେ ଆଉ ଅନ୍ନ ସେବନ କରନ୍ତୁ ନାହିଁ।

Copyright © All rights reserved.