Tue. Jul 21st, 2026

ବ୍ୟାଙ୍କ ଖାତା ଖୋଲିବା ପାଇଁ ଧର୍ମ ଉଲ୍ଲେଖ ଅନାବଶ୍ୟକ

1 min read
Spread the love

ନୂଆଦିଲ୍ଲୀ : ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ନାଗରିକମାନଙ୍କୁ ସେମାନଙ୍କ ଧର୍ମ ଉଲ୍ଲେଖ କରିବାକୁ ପଡ଼ିବ ନାହିଁ। ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ସଚିବ ରାଜୀବ କୁମାର ଏକ ଟ୍ବିଟ୍‌ ବାର୍ତ୍ତାରେ ଏହା କହିଛନ୍ତି। ଆକାଉଣ୍ଟ ଖୋଲିବା, ପୁରୁଣା ଆକାଉଣ୍ଟ କିମ୍ବା ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ(କେୱାଇସି) ବାବଦରେ କୌଣସି ଭାରତୀୟ ନାଗରିକଙ୍କୁ ସେମାନଙ୍କ ଧର୍ମ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

Copyright © All rights reserved.