Thu. Mar 5th, 2026

ବିଜେଡିରେ ବିଲୀନ ‘ଆମ ଓଡ଼ିଶା’ ପାର୍ଟି

1 min read
Spread the love

ଭୁବନେଶ୍ବର : ବିଜେଡିରେ ବିଧିବଦ୍ଧ ଭାବେ ବିଲୀନ ହୋଇଛି ଆମ ଓଡ଼ିଶା ପାର୍ଟି। ଏ ନେଇ ଭାରତର ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଜଣାଇ ଦିଆଯାଇଛି। ବିଜେଡିରେ ବିଲୀନ ହେବା ପାଇଁ ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଲିଖିତ ଭାବେ ନିର୍ବାଚନ କମିସନ୍‌ଙ୍କୁ ପ୍ରସ୍ତାବ ଦେଇଥିଲେ। ତାହା ପରେ କମିସନ୍‌ଙ୍କ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ ବିଜେଡିରେ ଆମ ଓଡ଼ିଶା ପାର୍ଟି ବିଲୀନ ହେଲା ବୋଲି ସୂଚନା ଦିଆଯାଇଛି। କମିସନ୍‌ଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ରାଜନୈତିକ ଦଳ ତାଲିକା‌ରୁ ଆମ ଓଡ଼ିଶା ପାର୍ଟିର ନାମ କାଟି ଦିଆଯାଇଛି।

Copyright © All rights reserved.