Wed. Jun 25th, 2025

ବିଜେଡିରେ ୪ ନେତାଙ୍କୁ ମିଳିଲା ୮ ବିଧାନସଭା ନିର୍ବାଚନ ମଣ୍ଡଳୀ

1 min read
Spread the love

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ମୟୂରଭଂଜ ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି। ଏହି ୮ଟି ନିର୍ବାଚନ ମଣ୍ଡଳୀରେ ୪ ଜଣଙ୍କୁ ଦାୟିତ୍ୱ ମିଳିଛି। ଦାୟିତ୍ୱ ପାଇଥିବା ନେତାମାନେ ହେଲେ ବ୍ୟୋମକେଶ ରାୟ, ମୁକ୍ତିକାନ୍ତ ମଣ୍ଡଳ, ସଂଜୀବ ମଲ୍ଲିକ ଓ ସୁଶାନ୍ତ ରାଉତ। ସୂଚନା ଅନୁସାରେ ବ୍ୟୋମେକେଶ ରାୟଙ୍କୁ କରଞ୍ଜିଆ, ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ରାଇରଙ୍ଗପୁର, ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଦାୟତ୍ୱ ଦେଇଛି ଦଳ।

ସେହିପରି ଉଦଳା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ସଂଜୀବ ମଲ୍ଲିକଙ୍କୁ ଦାୟିତ୍ୱ ମିଳିଥିବା ବେଳେ ସୁଶାନ୍ତ ରାଉତଙ୍କୁ ବାରିପଦା ଓ ମୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷଭାବେ ମନୋନୀତ କରାଯାଇଛି। ସଞ୍ଜୟ ଦାସବର୍ମାଙ୍କୁ ଏଣିକି ମିଳିବ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀର ମର୍ଯ୍ୟାଦା।

ନୂଆ ଦାୟିତ୍ୱ ମିଳିବା ପରେ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଯୋଜନା ବୋର୍ଡକୁ ନୂଆ ରୂପ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଜନା ବୋର୍ଡକୁ କିପରି ଅଧିକ କ୍ରିୟାଶୀଳ କରି ହେବ ସେ ନେଇ ଯୋଜନା କରାଯିବ ଏବଂ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବି .ସେ ଆଲୋଚନା କରିବେ। ଯୋଜନା ବୋର୍ଡକୁ ଏକ ନୂଆ ରୂପ ଓ କଳେବର ଦିଆଯିବ ବୋଲି ସେ ଏହି ଅବସରରେ ସୂଚନା ଦେଇଛନ୍ତି।

Copyright © All rights reserved.