Wed. Jun 25th, 2025

ବିଜେପି ଜିଲ୍ଲା ସଭାପତି ନିର୍ବାଚନ ୧୪ରୁ

1 min read
Spread the love

ଭୁବନେଶ୍ବର : ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ବିଜେପିର ସାଂଗଠନିକ ନିର୍ବାଚନ ପର୍ବ ଚଳିତ ଡିସେମ୍ବରରେ ‌ଶେଷ ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭ ହଜାର ବୁଥ୍‌ରୁ ୨୪,୫୩୫ ବୁଥ୍‌ କମିଟି ଗଠନ ହୋଇସାରିଛି। ସେହିପରି ୧୦୦୪ ମଣ୍ଡଳରୁ ୯୦୦ରୁ ଅଧିକ ମଣ୍ଡଳରେ ନିର୍ବାଚନ ‌େଶଷ ହୋଇଛି। ଦଳୀୟ ସମ୍ବିଧାନ ଅନୁସାରେ ମଣ୍ଡଳ ନିର୍ବାଚନ ପରେ ଜିଲ୍ଲା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୁଏ। ସେଥି ପାଇଁ ଆସନ୍ତା ୧୪ରୁ ୧୬ ତାରିଖ ତିନି ଦିନ ଧରି ବିଜେପିର ୩୬ଟି ସାଂଗଠନିକ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାଜ୍ୟ ମୁଖପାତ୍ର ତଥା ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାୟ କହିିଲେ, ବିଜେପି ହେଉଛି ଭାରତର ସବୁଠାରୁ ବଡ଼ ରାଜନୈତିକ ଦଳ ଏବଂ ଦଳର ଗଣତାନ୍ତ୍ରିକ ପଦ୍ଧତ୍ତିରେ ବୁଥ୍‌ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତି ନିର୍ବାଚନ ହୋଇଥାଏ। ବିଜେପିର ଜିଲ୍ଲା ସଭାପତି ନିର୍ବାଚନ ପୂର୍ବରୁ ଡିସେମ୍ବର ୧୧ ଓ ୧୨ ତାରିଖରେ ପ୍ରତି ଜିଲ୍ଲାକୁ ଦୁଇ ଜଣ ଲେଖାଏ ପର୍ଯ୍ୟବେକ୍ଷକ ଯିବେ। ନବନିଯୁକ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧିମାନଙ୍କ ପରାମର୍ଶ ନେଇ ଜିଲ୍ଲା ନିର୍ବାଚନ କରାଯିବ। ବର୍ତ୍ତମାନ ସୁଦ୍ଧା ୩୫ଟି ସାଂଗଠନିକ ଜିଲ୍ଲାରେ ମଣ୍ଡଳ ନିର୍ବାଚନ ଶେଷ ହୋଇଛି। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କୁ ରାଜ୍ୟ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି। ଜିଲ୍ଲା ନିର୍ବାଚନ ପ୍ରକ୍ରିୟା ୧୬ ତାରିଖରେ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ ବୋଲି ଶ୍ରୀ ରାୟ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

Copyright © All rights reserved.