Sun. Jan 18th, 2026

ବଜେଟ୍ ପାଇଁ ୧୦୦ ଘଣ୍ଟା ସମୟ ଦେଇଥିଲେ ମୋଦୀ

1 min read
Spread the love

ନୂଆଦିଲ୍ଲୀ: ବଜେଟ୍ ୨୦୨୦-୨୧ ବଜେଟ୍‌କୁ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜକୁ ସାମିଲ କରିଥିଲେ। ସେ ୧୦୦ ଘଣ୍ଟାରୁ ଅଧିକ ସମୟ ବଜେଟ୍ ପାଇଁ ଦେଇଥିଲେ ବୋଲି ଜଣାପଡ଼ିଛି। ସେ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିଜ୍ଞଙ୍କ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ପରାମର୍ଶକୁ ଶୁଣିଥିଲେ। ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ବଜେଟ୍ ପ୍ରସ୍ତୁତି ସହିତ ଜଡ଼ିତ ରହୁଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ସେ ସେହି ଅଭ୍ୟାସକୁ ଜାରି ରଖିଛନ୍ତି। ଚଳିତ ବର୍ଷର ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବଜେଟ୍ ଅଭିବୃଦ୍ଧିକୁ ବଢ଼ାଇବ, ସମସ୍ତ ନାଗରିକଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବ ଏବଂ ନୂଆ ଦଶନ୍ଧି ପାଇଁ ଅର୍ଥନୀତିର ମୂଳଦୁଆ ପକାଇବ।

Copyright © All rights reserved.