Sat. Feb 28th, 2026

ଚଳିତ ବର୍ଷ ହୋଲି ଖେଳିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ!

1 min read
Spread the love

ନୂଆଦିଲ୍ଲୀ: ବିଭିନ୍ନ ପର୍ବପର୍ବାଣୀରେ ଦେଶବାସୀଙ୍କ ସହ ସାମିଲ ହୋଇ ଉତ୍ସବ ମନାଇବା ପାଇଁ ନିଜର ଅହେତୁକ ଆଗ୍ରହ ପ୍ରକଟ କରିଥାନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ତେବେ, ଭାରତରେ ଭାଇଚାରାର ପର୍ବ ଭାବେ ପରିଗଣିତ ହେଉଥିବା ହୋଲି ଉତ୍ସବରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ସାମିଲ କରିବେ ନାହିଁ ବୋଲି ଆଜି (ବୁଧବାର) ଘୋଷଣା କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି କହିଛନ୍ତି ଯେ ‘ଚଳିତ ବର୍ଷ ମୁଁ ହୋଲି ଖେଳିବି ନାହିଁ। କିମ୍ବା କୌଣସି ପ୍ରକାରର ହୋଲି ମିଲନ୍‌ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇବି ନାହିଁ।’ ଏ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘କରୋନା ଭାଇରସ୍‌ ଯେପରି ଅଧିକ ମାତ୍ରାରେ ନ ବ୍ୟାପେ ସେଥିପାଇଁ ସମଗ୍ର ବିଶ୍ୱର ବିଶେଷଜ୍ଞମାନେ ଭିିଡ଼କୁ ଏଡ଼ାଇବା ସହ ଗୋଟିଏ ସ୍ଥାନରେ ଏକାଧିକ ବ୍ୟକ୍ତି ଏକତ୍ରିତ ନହେବା ପାଇଁ ପରାମର୍ଶ ଦେଉଛନ୍ତି। ତେଶୁ ବିଶେଷଜ୍ଞମାନଙ୍କ ପରାମର୍ଶକୁ ଗ୍ରହଣ କରି ମୁଁ ଚଳିତ ବର୍ଷ ହୋଲି ଭିଡ଼ରେ ସାମିଲ ହେବି ନାହିଁ କିମ୍ବା ହୋଲି ଖେଳିବି ନାହିଁ’।

Copyright © All rights reserved.