Sun. Jan 18th, 2026

ମହାରାଷ୍ଟ୍ରରେ ମହାମେଣ୍ଟକୁ ଝଟ୍‌କା, ଏହି ଦୁଇ ଦଳକୁ ସାମିଲ କରାନଯିବା କାଳ ହେବ !

1 min read
Spread the love

ମୁମ୍ବାଇ:ମହାରାଷ୍ଟ୍ରରେ ମହାମେଣ୍ଟକୁ ଝଟ୍‌କା ଲାଗିଛି। କୁହାଯାଉଛି ଯେ ରାଜ୍ୟରେ କଂଗ୍ରେସ ଓ ଏନସିପି ମଧ୍ୟରେ କେବଳ ମହାମେଣ୍ଟ ହେବ। ଏଥିିରେ ଅନ୍ୟ କୌଣସି ଛୋଟ ଦଳକୁ ସାମିଲ କରାଯିବ ନାହିଁ। ଏହାକୁ ନେଇ ଦୁଇଟି ଆଞ୍ଚଳିକ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିମଧ୍ୟରେ ରହିଛି ରାଜୁ ସେଟ୍ଟୀଙ୍କ ସ୍ୱାଭିମାନୀ ଶେତକାରୀ ସଂଙ୍ଗଠନ ଓ ପ୍ରକାଶ ଆମ୍ବେଦକରଙ୍କ ଭାପିପ ବହୁଜନ ମହାସଂଘ (ବିବିଏମ୍‌) ସାମିଲ୍‌ ଅଛନ୍ତି। ଏ ଦୁଇ ଦଳକୁ ମହାମେଣ୍ଟରେ ସାମିଲ କରିବାକୁ ପ୍ରସ୍ତୁତ ନୁହଁନ୍ତି କଂଗ୍ରେସ ବା ଏନ୍‌ସିପି। ପଶ୍ଚିମ ମହାରାଷ୍ଟ୍ରରେ ରାଜୁ ସେଟ୍ଟୀଙ୍କର ଯଥେଷ୍ଟ ପ୍ରଭାବ ରହିଛି। ଅନ୍ୟ ପକ୍ଷରେ ଦଳିତ ଭୋଟରଙ୍କ ଉପରେ ପ୍ରକାଶ ଆମ୍ବେଦକରଙ୍କ ଯଥେଷ୍ଟ ପ୍ରଭାବ ରହିଛି।

ରାଜୁ ସେଟ୍ଟୀ ଆଗାମୀ ନିର୍ବାଚନରେ ତିନିରୁ ଚାରିଟି ଲୋକସଭା ଆସନ ଚାହୁଁଥିଲେ, ମାତ୍ର ମହାମେଣ୍ଟ ତାଙ୍କୁ କେବଳ ଗୋଟିଏ ସିଟ୍‌ ଦେବାକୁ ପ୍ରସ୍ତୁତ। ଅନ୍ୟ ପକ୍ଷରେ ବିବିଏମ୍‌କୁ ଗୋଟିଏ ବି ଆସନ ଦେବାକୁ ପ୍ରସ୍ତୁତ ନୁହଁନ୍ତି କଂଗ୍ରେସ-ଏନସିପି ମେଣ୍ଟ। ଏବେ ରାଜୁ ସେଟ୍ଟୀ ଓ ପ୍ରକାଶ ଆମ୍ବେଦକର ଅଲଗା ଅଲଗା ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଛନ୍ତି। ଏହା କଂଗ୍ରେସ-ଏନସିପିଙ୍କ ପାଇଁ କାଳ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

Copyright © All rights reserved.