Tue. Jul 21st, 2026

ଦିଲ୍ଲୀରେ ବିଜେପି ସାଂସଦଙ୍କୁ ଭେଟିବା ପ୍ରସଙ୍ଗ : ସୌଜନ୍ୟ ଦୃଷ୍ଟିରୁ ଭେଟିଥିଲୁ

1 min read
Spread the love

ଭୁବନେଶ୍ବର : ଦିଲ୍ଲୀରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କେତେକ ମହିଳା କଂଗ୍ରେସ ନେତ୍ରୀ ଭେଟିଥିବା ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ସମ୍ପୃକ୍ତ ମହିଳା କଂଗ୍ରେସ କର୍ମୀଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ମହିଳା କଂଗ୍ରେସର ସନ୍ଧ୍ୟା ମହାପାତ୍ର,ବିଶ୍ବକଲ୍ୟାଣୀ କର, ଗିରିବାଳା ବେହେରା, ଶୈଳବାଳା ଜେନା, ଆରତୀ ସ୍ବାଇଁ ପ୍ରମୁଖ ଏକ ଲିଖିତ ପ୍ରେସ୍ ବିବୃତି ଜରିଆରେ ଜଣାଇଛନ୍ତି ଯେ ‘ଓଡ଼ିଶା ବାହାରେ ଜଣେ ଓଡ଼ିଆ ଲୋକଙ୍କୁ ଦେଖିଲେ ତାଙ୍କ ପ୍ରତି ସ୍ବତଃ ଶ୍ରଦ୍ଧା ଆସିଥାଏ। ଏହା ସାମାଜିକତା ଓ ସୌଜନ୍ୟ।’ ତେଣୁ ଏ ନେଇ ପୂର୍ବତନ ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଦେଇଥିବା ଟିପ୍ପଣୀକୁ ମହିଳା କଂଗ୍ରେସ କର୍ମୀମାନେ ନାପସନ୍ଦ କରିବା ସହ ସମାଲୋଚନା କରିଛନ୍ତି।

Copyright © All rights reserved.