Thu. Oct 16th, 2025

ଦିଲ୍ଲୀରେ ପ୍ରଚାର କଲେ ଓଡ଼ିଶାର ବିଜେପି ନେତା

1 min read
Spread the love

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ପ୍ରମୁଖ ଦଳ ମାନଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଛି। ବିଜେପି, କଂଗ୍ରେସ ଏବଂ ଆପ୍‌ ନିଜ ନିଜ ଶୈଳୀରେ ପ୍ରଚାରରେ ମାତିଛନ୍ତି। ଆଜି ଏହି ପ୍ରଚାରରେ ଓଡ଼ିଶାର ବିଜେପି ନେତା ସାମିଲ୍‌ ‌ହୋଇଛନ୍ତି।

 

ସୂଚନା ଅନୁସାରେ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ନେତା କେଭି ସିଂହଦେଓ ତଥା ଓଡ଼ିଶା ବିଜେପିର ଆଉ କିଛି ନେତା ଆଜି ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ଏହି ନେତାମାନେ କରୋଲବାଗ୍‌, ମାତିଆଲା ଓ ସୁଲତାନପୁରୀ ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାର କ‌ରିଥିଲେ।

Copyright © All rights reserved.